ଭୁବନେଶ୍ୱର ୨୫।୧୦ : ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଟ । ଆସନ୍ତା ୨୮ ତାରିଖ ପାଇଁ ୨୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ଏହି ଆଲର୍ଟ ଜାରି କରିଛି ।

ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା । ପାଣିପାଗ ବିଭାଗର ତଥ୍ୟ ମୁତାବିକା, ଏହି ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରର କାକିନାଡା ଉପକୂଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଏହାସହିତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାର ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ଏସବୁ ଭିତରେ ଭାରତୀୟ ପାଣିପାଗ ବିଭାଗ ଜାରି କରିଛି ଆଲର୍ଟ । IMD ମୁତାବିକ, ଆସନ୍ତା ୨୮ ତାରିଖରେ ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରିଛି । ତେବେ ୨୮ ତାରିଖରେ ରେଡ୍ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ମଧ୍ୟରେ ଆନ୍ଧ୍ରର ୧୧ ଜିଲ୍ଲା ରହିଥିବା ବେଳେ ଓଡ଼ିଶାର ୫ ଜିଲ୍ଲା ରହିଛି । ଏହାସହିତ ଛତିଶଗଡ଼ ୪ ଜିଲ୍ଲା, ତେଲେଙ୍ଗାନାର ୪ ଜିଲ୍ଲା ରହିଅଛି ।

Also Read:-ସୋମବାର ସକାଳ ସୁଦ୍ଧା ବାତ୍ୟା ! ୨୭ରେ ଭୀଷଣ, ୨୮ରେ ଅତି ଭୀଷଣ ସମ୍ଭାବନା

ତେବେ ରେଡ୍ ଆଲର୍ଟ ଜାରି ହୋଇଥିବା ଓଡ଼ିଶାର ୫ ଜିଲ୍ଲା ଗୁଡ଼ିକ ହେଉଛି, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ରହିଛି । ଏହିସବୁ ଜିଲ୍ଲାମାନଙ୍କ ଆସନ୍ତା ୨୮ ତାରିଖରେ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।