ଢେଙ୍କାନାଳ ୦୯।୦୫ : ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ହାତରେ ପେଟ୍ରୋଲ ଓ ଦିଆସିଲ ଧରି ଧମକ ଦେଉଛି ଯୁବକ । ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ନାକେଦମ । ଢେଙ୍କାନାଳ ଜିଲ୍ଲା ସୂଚନା କେନ୍ଦ୍ର ପଛରେ ଥିବା ଏକ ମୋବାଇଲ ଟାଉନ ଥାନା ଟାୱାର ଉପରେ ଯିବକ ଜଣକ ଚଢି ଯାଇଛନ୍ତି । ଖବର ପାଇ ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ତାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି। ମାତ୍ର ଉଦ୍ଧାର ପାଇଁ ଚେଷ୍ଟା କଲେ ସେ ଆତ୍ମହୁତି ଦେବେ ବୋଲି ଧମକ ଦେଉଛନ୍ତି। ତଳେ ଶହ ଶହ ଲୋକ ଜଗି ରହିଛନ୍ତି।

ଖବର ଅନୁଯାୟୀ, ଯୁବକ ଜଣଙ୍କ ଢେଙ୍କାନାଳ ତୁମୁସିଂହାର ରୁଦ୍ର ନାରାୟଣ ଦାସ। ସେ କନେଷ୍ଟବଳ ଭାବେ ୨୦୧୮ରେ ଚାକିରୀ ପାଇଥିଲେ। ଟ୍ରେନିଂ ସମୟରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବିଶ୍ରାମ ପାଇଁ ପଠାଇ ଦେଇଥିଲେ ଡାକ୍ତର। ସେ ସୁସ୍ଥ ହୋଇ ଫେରିଲା ପରେ ତାଙ୍କ ଚାକିରିରୁ ବହିଷ୍କୃତ କରି ଦିଆଯାଇଥିବା ସେ ଅଭିଯୋଗ କରୁଛନ୍ତି। ଘରେ ମା କର୍କଟ ରୋଗରେ ପୀଡିତ ଓ ଆର୍ଥିକ ଅନଟନ। ଏ ସମ୍ପର୍କରେ ପୋଲିସ ଡିଜି, ଏସପି ,ଜିଲ୍ଲାପାଳ ଓ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସେ ଗୁହାରି କରିଥିଲେ । ତାପରେ ବି ତାଙ୍କ ସମସ୍ୟା କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି। ତାଙ୍କୁ ପୁଣି ଚାକିରୀ ଦିଆଯାଉ ବୋଲି ସେ ଦାବି କରିଛନ୍ତି।

Also Read:-Accident News : ଢାବା ସାମ୍ନାରେ ଭୟଙ୍କର ଦୁର୍ଘଟଣା, ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା