ଖଲ୍ଲିକୋଟ ୦୯।୦୫ : ଯାତ୍ରୀବାହୀ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା । ଏହି ଭୟଙ୍କର ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗଞ୍ଜାମ କୋଦଳା ଥାନା ବାଲିଢାବା ସମ୍ମୁଖରେ ଯାତ୍ରୀବାହୀ ବସ୍ ଏବଂ ଟ୍ରକ ମୁହାଁ ମୁହିଁ ଧକ୍କା । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍ ରେ ଥିବା ୧୫ ରୁ ଅଧିକ ଯାତ୍ରୀ ଆହତ । ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି। ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଘରୋଇ ବସ୍ ପୋଲସରାରୁ ୩୦ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଯାଉଥିବା ସମୟରେ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କୋଦଳା ପୋଲିସ ପହଁଚି ତଦନ୍ତ ଚଳାଇଛି।

Also Read:-ମୃତ୍ୟୁ ଗୁଜବ ଖବର ନେଇ ତାତିଲେ ଶକ୍ତି କପୁର, କହିଲେ-'ମୁଁ ସୁସ୍ଥ ଓ ଖୁସି ଅଛି',