ଭୁବନେଶ୍ୱର ୦୧।୦୪ : କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଫେଲୋସିପ ଘୋଷଣା ହୋଇଛି l ୩ ବିଶିଷ୍ଟ ସାହିତ୍ୟିକ ଏହି ଫେଲୋସିପ ପାଇବେ l ଏକାଡେମୀର ସାଧାରଣ ପରିଷଦ ବୈଠକ ନିଷ୍ପତ୍ତି କ୍ରମେ ପ୍ରଖ୍ୟାତ ଓଡ଼ିଆ ଲେଖିକା ଡ. ପ୍ରତିଭା ରାୟ, ସିନ୍ଧି ସାହିତ୍ୟିକ ଲଷ୍ମୀ ଖିଲାନି ଏବଂ ଉର୍ଦୁ ଲେଖକ ଅବଦୁସ ସମାଦଙ୍କୁ ଫେଲୋସିପ ପ୍ରଦାନ ଲାଗି ଏକାଡେମୀ ପକ୍ଷରୁ ନାମ ଘୋଷଣା ହୋଇଛି l

ଏକାଡେମୀ ଫେଲୋସିପ ସାହିତ୍ୟ ଏକାଡେମୀର ସବୁଠୁ ବଡ଼ ମର୍ଯ୍ୟାଦାସଂମ୍ପନ୍ନ ସାହିତ୍ୟ ସ୍ୱୀକୃତି l ଆସନ୍ତା ଦିନରେ ଏକାଡେମୀ ପକ୍ଷରୁ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ଫେଲୋସିପି ପ୍ରଦାନ କରାଯିବ । ଏନେଇ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ ବୋଲି ଏକାଡେମୀ ସଚିବ ପଲ୍ଲବୀ ପ୍ରଶାନ୍ତ ହୋଲକର ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି l