ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ସଂପ୍ରତି ଷ୍ଟିଙ୍ଗ ଅପରେସନ ଚର୍ଚ୍ଚାର ବିଷୟ ପାଲଟିଛି। ଷ୍ଟିଙ୍ଗ ଅପରେସନକୁ ନେଇ ପରୋକ୍ଷରେ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ସିଦ୍ଧରମୈୟାଙ୍କୁ ନେଇ ଏହି ଷ୍ଟିଙ୍ଗ ଅପରେସନ ହୋଇଥିବା କୁହାଯାଉଛି। କିନ୍ତୁ ଏହାକୁ ଫେକ୍ ବୋଲି କହିଛନ୍ତି ଶିବକୁମାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ସିଦ୍ଧରମୈୟାଙ୍କ ପୁଅ ଯତୀନ୍ଦ୍ର। ତାଙ୍କ କହିବା କଥା ବାପାଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ପାଇଁ ଏମିତି ହୀନ ପ୍ରୟାସ କରାଯାଇଛି। ସେ  ଏହା ମଧ୍ୟ କହିଛନ୍ତି ଯେ, ୨୦୨୩ରେ ‘ପାଓ୍ଵାର ଟିଭି’ର ଏମଡି ରାକେଶ ସେଟ୍ଟୀଙ୍କ ଦ୍ଵାରା ପ୍ରସ୍ତୁତ ଏହି କଥିତ ଷ୍ଟିଙ୍ଗ ଅପରେସନ ପଛରେ କିଛି କଂଗ୍ରେସ ନୋତଙ୍କ ମଧ୍ୟ ହାତ ରହିଛି। ତେବେ ଏହି ଘଟଣା କର୍ଣ୍ଣାଟକ ରାଜ୍ୟ କଂଗ୍ରେସର ଚିନ୍ତାକୁ ବଢାଇ ଦେଇଛି।

ଶିବକୁମାରଙ୍କ ଘନିଷ୍ଠ  କୁହାଯାଉଥିବା ରାକେଶ ସେଟ୍ଟୀଙ୍କୁ ବେଙ୍ଗାଲୁରୁର ଏକ ସ୍ଥାନୀୟ ଅଦାଲତରୁ ଅନ୍ତରୀଣ ଜାମିନ ମିଳିଛି। କିନ୍ତୁ ଯତୀନ୍ଦ୍ର ଅଭିଯୋଗ କରିଛନ୍ତି ଯେ, କିଛି କଂଗ୍ରେସୀ ଲୋକ ସେଟ୍ଟୀଙ୍କ ସହ ସଂପୃକ୍ତ ଅଛନ୍ତି। ସେ ଜଣେ ମହିଳା କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଆଡ଼କୁ ଇସାରା କରି ଦାବି କରିଛନ୍ତି ଯେ, ମହିଳା ଜଣକ ୨୦୨୩ ବିଧାନସଭା ନିର୍ବାଚନରେ ପୁତ୍ତୁର ସିଟରୁ ଟିକେଟ୍ ଚାହୁଁଥିଲେ। ହେଲେ ଟିକେଟ୍ ନ ମିଳିବାରୁ ବାପା ସିଦ୍ଧରମୈୟାଙ୍କ ବିରୋଧରେ ଏମିତି ଷଡ଼ଯନ୍ତ୍ର ରଚା ଯାଇଛି।

Also Read: ଆରଟିଆଇ ପରିସରରେ ଆସୁନାହିଁ : SIR ସଫ୍ଟଓ୍ୱେର ଉପରେ ତଥ୍ୟ ଦେବାକୁ ମନା କଲେ ନିର୍ବାଚନ କମିଶନ

ଯତୀନ୍ଦ୍ର କହିଛନ୍ତି, ଏହି ଘଟଣାକୁ ନେଇ ତାଙ୍କ ବାପା ମଧ୍ୟ ବହୁତ ଚିନ୍ତିତ ଅଛନ୍ତି। ଏହି ଘଟଣାରେ ତାଙ୍କ ଚରିତ୍ରକୁ ମଳିନ କରାଯାଇଛି। ୪୦ ବର୍ଷର ସାର୍ବଜନୀନ ଜୀବନରେ ବାପାଙ୍କ ଉପରେ କୌଣସି ଦାଗ ଲାଗି ନାହିଁ। କିନ୍ତୁ ତାଙ୍କ ରାଜନୈତିକ ଜୀବନର ଶେଷ ପାହାଚରେ ଏମିତି ଅଭାବନୀୟ ଘଟଣା ଘଟିଛି। କିନ୍ତୁ ସତ୍ୟ ଆମ ସହିତ ରହିଛି ଏବଂ ଯେଉଁ ଅଭିଯୋଗ ଲଗାଯାଇଛି ତାର ଯାଞ୍ଚ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ।

ଫାଇଦା ନେବାକୁ ଉଦ୍ୟମରତ ଅସନ୍ତୁଷ୍ଟ ଗୋଷ୍ଠୀ

ବିରୋଧୀ ବିଜେପି ଓ ଏହାର ସହଯୋଗୀ ଜେଡିଏସ ଏହି ଷ୍ଟିଙ୍ଗ ଭିଡିଓ ବିବାଦର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି। ଜେଡିଏସ ନେତା ତଥା କେନ୍ଦ୍ର ମନ୍ତ୍ରୀ ଏଚଡି କୁମାରସ୍ଵାମୀ ନିକଟରେ କହିଥିଲେ ଯେ, ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଏକ ସୁନିୟୋଜିତ ଷଡ଼ଯନ୍ତ୍ର ରଚାଯାଇଥିଲା। ଏହା ପଛରେ ଯେଉଁ ଲୋକେ ଅଛନ୍ତି, ସେମାନେ କଂଗ୍ରେସ ହାଇକମାଣ୍ଡଙ୍କୁ ଭ୍ରମିତ କରିଛନ୍ତି। ସେ ଶିବକୁମାରଙ୍କୁ କର୍ଣ୍ଣାଟକର ‘ଷ୍ଟିଙ୍ଗ କିଙ୍ଗ’ର ଆଖ୍ୟା ଦେଇଛନ୍ତି।

Also Read: ୫୦୦ କୋଟି ଟଙ୍କା ପୈଠ ଅଡିଓ କ୍ଲିପ୍ କୁ ନେଇ ବିଜେପିକୁ ଘେରିଲେ ରାଜ ଠାକରେ, ଜାଣନ୍ତୁ କହିଛନ୍ତି କ’ଣ?

କୁମାରସ୍ଵାମୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

କୁମାରସ୍ଵାମୀ ସିଦ୍ଧରମୈୟାଙ୍କ ସମର୍ଥନ କରି କହିଛନ୍ତି, ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଶିବକୁମାର ସ୍ପଷ୍ଟ କରନ୍ତୁ। ଯଦ୍ଵାରା ଗୁଜବ ଜରିଆରେ ସିଦ୍ଧରମୈୟାଙ୍କ ଛବି ଯେମିତି ମଳିନ ପଡ଼ିଛି, ତାହା ରୋକା ଯାଇ ପାରିବ। ଏହି ପ୍ରସଙ୍ଗରେ ଶୁକ୍ରବାର ସିଦ୍ଧରମୈୟା କହିଥିଲେ ଯେ, ମୋତେ କାହାର ସମର୍ଥନର ଆବଶ୍ୟକତା ନାହିଁ। ଜନତା ଏବଂ ପୂରା ରାଜ୍ୟ ସତ ଜାଣିବା ଉଚିତ୍। ମୋତେ ତଦନ୍ତ ପ୍ରକ୍ରିୟା ଉପରେ ସଂପୂର୍ଣ୍ଣ ଭରସା ରହିଛି ଏବଂ ତଦନ୍ତ ନିରପେକ୍ଷ ହେବା ଉଚିତ୍। ମୋର କେବଳ ଗୋଟିଏ ଦାବି ସତ୍ୟ ସାମ୍ନାକୁ ଆସିବା ଦରକାର। ସମସ୍ତେ ଜାଣିବା ଉଚିତ୍ ଯେ, ଏହି ଷଡ଼ଯନ୍ତ୍ର ପଛରେ କାହାର ହାତ ରହିଛି।

କୁମାରସ୍ଵାମୀ ଦାବି କରିଛନ୍ତି ଯେ, ଅକ୍ଟୋବର ୬ରେ ସିଦ୍ଧରମୈୟା ବେଙ୍ଗାଲୁରୁ ସାଇବର କ୍ରାଇମ ଥାନାରେ ଏତଲା ଦେଇଛନ୍ତି। ବେଙ୍ଗାଲୁରୁ ପୋଲିସ ଏଫଆଇଆର ରୁଜୁ କରି ଜେଡିଏସର ସୋସିଆଲ ମିଡିଆ ୟୁନିଟର ଦୁଇ କର୍ମଚାରୀ ଶଙ୍କର ଓ ମୋହନଙ୍କୁ ପଚରା ଉଚୁରା କରୁଛି। ଏହି ମାମଲାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି।