ଭୁବନେଶ୍ବର ୨୪।୬: କଏଦୀ ଅସୁସ୍ଥ ହେବାକୁ ନେଇ ଏବେବି ସସପେନ୍ସ । କୌଣସି ଔଷଧ ଖାଇ ୭ କଏଦୀ ଅସୁସ୍ଥ ହୋଇପଡ଼ିଥିବା ନେଇ କହିଲେ କ୍ୟାପିଟାଲ ହସ୍ପିଟାଲ ଆଇସିୟୁ ଡାକ୍ତର ଲମ୍ବୋଦର ପଣ୍ଡା ।

ମଙ୍ଗଳବାର ପାଟିରୁ ଫେଣ ବାହାରି ୭ ଜଣ ବିଚାରାଧୀନ କଏଦୀ ଝାରପଡ଼ା ଜେଲରେ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ଯରୁ ତିନି ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ୨ ଜଣଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେ ଥିବା ୨ ଜଣ କଏଦୀଙ୍କର ଅବସ୍ଥାରେ ସୁଧାର ଆସିଛି । ଅନ୍ୟ ଜଣେ କଏଦୀ ଏବେବି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା କହିଛନ୍ତି ଆଇସିୟୁ ଡାକ୍ତର ।

Also Read:- ଚାଷ ପାଇଁ ଧାର କରଜରେ ବୁଡ଼ିଲେ, ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମାଗିଲେ 'ଇଚ୍ଛାମୃତ୍ୟୁ'

ଡାକ୍ତରଙ୍କ କହିବା କଥା କୌଣସି ଔଷଧ ଖାଇ ଏଭଳି ଅସୁସ୍ଥ ହୋଇପଡ଼ିଥିଲେ କଏଦୀ । ତାଙ୍କ ଭିତରୁ ଜଣେ ଛାଟିପିଟି ହେଉଛି । ଚିକିତ୍ସା ଚାଲିଛି । ପ୍ରଶ୍ନ ଉଠୁଛି ଯଦି ସେମାନେ ଔଷଧ ଖାଇ ଅସୁସ୍ଥ ହେଲେ ତେବେ ୭ କଏଦୀଙ୍କର କ’ଣ ହୋଇଥିଲା ? ତାଙ୍କ ପାଇଁ କେଉଁ ଡାକ୍ତର ଲେଖିଥିଲେ ଔଷଧ ? ଏଭଳି ଔଷଧ ଲେଖିଲେ ଯେ ଏକାକାଳୀନ ୭ ଜଣ କଏଦୀ ଅସୁସ୍ଥ ହୋଇପଡ଼ିଲେ ।