ସମ୍ବଲପୁର ୧୪।୧୧: ଅସହ୍ୟ ଭୋକର ଆଉଟୁ ପାଉଟୁ ପେଟ । ଶେଷରେ ସବୁ ସୀମା ପାର କଲେ ମାନସିକ ବିକାରଗସ୍ତ । ଭୋକର ଯନ୍ତ୍ରଣା କେତେ ଅସହ୍ୟ, ତା'ର ଏକ ବିଚଳିତ କଲା ଭଳି ଦୃଶ୍ୟ ସାମ୍ନାକୁ ଆସିଛି । ସମ୍ବଲପୁରରୁ ଆସିଲା ଛାତି ଥରାଇ ଦେଲା ଭଳି ଚିତ୍ର । ଆପଣ ଦେଖିଲେ ଆଚମ୍ବିତ ହୋଇଯିବେ । ଧର୍ଯ୍ୟ ରହିବ ନାହଁ, ମନରେ ଆଲୋଡ଼ନ ସୃଷ୍ଟି କରିବ ନିଶ୍ଚୟେ ।

ଦୁର୍ଘଟଣାରେ ମୃତ କୁକୁରର ମାଂସ ଝୁଣି ଖାଇଲେ ମାନସିକ ବିକାରଗସ୍ତ । ସମ୍ବଲପୁର ସହର ଉପକଣ୍ଠ ମାନେଶ୍ଵର ଛକରେ ଦୁର୍ଘଟଣାରେ ମୃତ କୁକୁର ପାଖରେ ବସି ମାନସିକ ବିକାରଗସ୍ତ ବ୍ୟକ୍ତି ମାଂସ ଖାଉଥିବା ଦେଖିବାକୁ ମିଳିଛି । ସେ ଯେଉଁଭଳି ଭାବରେ ଖାଉଥିଲେ, ଯେମିତି ତାଙ୍କୁ ପ୍ରବଳ ଭୋକ ହେଉଥିବା ଜଣା ପଡ଼ୁଥିଲା । ପୋଷାକ ପରିପାଟୀରୁ ବ୍ୟକ୍ତି ଜଣକ ମାନସିକ ବିକାରଗସ୍ତ ଥିବା ଜଣାପଡିଥିଲା ।

Also Read:- ହାତୀପଲରେ ଗୋଷ୍ଠୀ ସଙ୍ଘର୍ଷ ! ପରସ୍ପରକୁ ଆକ୍ରମଣ କଲେ ଗଜରାଜ, ଦୁଇ ହାତୀ ମୃତ

ବାଟରେ ଯାଉଥିବା ଲୋକେ ତାଙ୍କୁ ଏଭଳି ଅଖାଦ୍ୟ ନ ଖାଇବା ପାଇଁ ମନା ମଧ୍ୟ କରିଥିଲେ । ମାତ୍ର ବ୍ୟକ୍ତି ଜଣକ କାହା କଥା କିଛି ନମାନି କୁକୁର ମାଂସ ଖାଇ ଚାଲିଥିଲେ ।