କାମାକ୍ଷାନଗର, ୧୪।୧୧ : ଢେଙ୍କାନାଳରେ ହାତୀ ମୃତ୍ୟୁ । ଜିଲ୍ଲାର କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଗୋଦରବିଲି ଗାଁ ନିକଟରେ ଦୁଇଟି ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଗୋଷ୍ଠୀ ସଂଘର୍ଷରୁ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ବନବିଭାଗ ସନ୍ଦେହ କରୁଛି l

ମୃତ ହାତୀଙ୍କ ମଧ୍ୟରେ ଗୋଟିଏ ମାଈ ହାତୀ ଓ ଗୋଟିଏ ଛୁଆ ହାତୀ ରହିଛନ୍ତି l ମାଈ ହାତୀଟିର ବୟସ ପ୍ରାୟ ୧୦ ବର୍ଷ ହୋଇଥିବା ବେଳେ ଛୁଆ ହାତୀଟିର ବୟସ ୬ମାସ ହୋଇଥିବା ବନ ବିଭାଗ କହିଛି । ଏହି ଅଞ୍ଚଳରେ ଚାରି ପାଞ୍ଚଦିନ ହେବ ୩୮ ଟିକିଆ ହାତୀପଲ ଉପଦ୍ରବ ଚଳାଇ ଆସୁଥିଲେ। ଆଜି ଦୁଇ ଦୁଇଟି ହାତୀର ମୃତ୍ୟୁକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି।

Also Read :- ମେଳାରେ ଅଗ୍ନିକାଣ୍ଡ : ହୁତୁହୁତୁ ହୋଇ ଜଳିଗଲା ୧୦ ଦୋକାନ

ଘଟଣାସ୍ଥଳରେ ବନବିଭାଗ ଟିମ୍ ପହଞ୍ଚି ମୃତ୍ୟୁ ହୋଇଥିବା ସ୍ଥାନକୁ ଘେରାଉ କରି ରଖିବା ସହ ଅଧିକ ତଦନ୍ତ ଚଳାଇଛନ୍ତି। ତଦନ୍ତ ପରେ ହିଁ ହାତୀ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।