ନୂଆଦିଲ୍ଲୀ: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବଢିଲା ଅଡ଼ୁଆ। କକରୋଚ୍ ଜନତା ପାର୍ଟି(ସିଜେପି)ର ଆନ୍ଦୋଳନରେ ସାମିଲ୍ ହେବା ପାଇଁ ନିକଟରେ ଭାରତ ଆସିଥିବା ଧ୍ରୁବ ରାଠୀଙ୍କ ମୁସ୍କିଲ ଆହୁରି ବଢି ଯାଇଛି। ଆଗାମୀ ସମୟରେ ଭାରତ ଆସିଲେ ସେ ଗିରଫ ହୋଇ ପାରନ୍ତି। କାରଣ ଦିଲ୍ଲୀର ଅଦାଲତ ୨୦୧୮ର ଏକ ମାନହାନୀ ମୋକଦ୍ଦମାରେ ରାଠୀଙ୍କ ବିରୋଧରେ ତୃତୀୟ ଓ୍ଵାରେଣ୍ଟ ଜାରି କରିଛନ୍ତି। ଦୁଇ ଥର ଜାମିନ ଯୋଗ୍ୟ  ଓ୍ଵାରେଣ୍ଟ  ପରେ ଏବେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଛନ୍ତି ଅଦାଲତ। ବିକାଶ ପାଣ୍ଡେଙ୍କ ପକ୍ଷରୁ ଦାୟର ମୋକଦ୍ଦମା ଉପରେ ଏମିତି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କୋର୍ଟ।

ନ୍ୟାୟିକ ମାଜିଷ୍ଟ୍ରେଟ୍ ରାହୁଲ ଜୈନ ବିକାଶ ସାଂସ୍କୃତ୍ୟାୟନ ଓରଫ ବିକାଶ ପାଣ୍ଡେଙ୍କ ପକ୍ଷରୁ ଦାଖଲ ମାମଲାରେ ଚଳିତ ବର୍ଷ ଅକ୍ଟୋବର ୩୧ ଏବଂ ଅକ୍ଟୋବର ୧୭ରେ ଗିରଫ ପରଓ୍ଵାନା ଜାରି କରିଥିଲେ। ପ୍ରଥମ ନୋଟିସ୍ ଦେବାକୁ ଯାଇଥିବା ବ୍ୟକ୍ତି କହିଥିଲେ ଯେ, ଧ୍ରୁବ ରାଠୀଙ୍କ ଘରେ ତାଲା ପଡ଼ିଛି। ଏହା ପରେ ଅଦାଲତ ହରିୟାଣାର ଗୁରୁଗ୍ରାମ ସ୍ଥିତ ରାଠୀଙ୍କ ଠିକଣାରେ ନୂଆ ସମନ ଜାରି କରିଥିଲେ। ପାଣ୍ଡେ ଅଭିଯୋଗ କରିଥିଲେ ଯେ, ରାଠୀ ନିଜର ୟୁଟ୍ୟୁବ ଚ୍ୟାନେଲରେ ଏକ ଭଡିଓ ଅପଲୋଡ୍ କରି ତାଙ୍କର ଅପମାନ କରିବା ସହ ସମ୍ମାନହାନୀ କରିଛନ୍ତି।

Also Read: ବିସଲେରୀ ପାଣିରେ ମିଳିଲା କେମିକାଲ, କମ୍ପାନିର ସଫେଇ- ଆମର ପାଣି ସଂପୂର୍ଣ୍ଣ ପିଇବା ଯୋଗ୍ୟ

ସୂଚନାଯୋଗ୍ୟ, ଧ୍ରୁବ ରାଠୀଙ୍କୁ ସର୍ବଦା ନିଜର ୟୁଟ୍ୟୁବ ଚ୍ୟାନେଲରେ କେନ୍ଦ୍ରର ମୋଦୀ ସରକାରଙ୍କ ନୀତିର ବିରୋଧରେ କହି ଆସିଛନ୍ତି। ଏପରିକି ଦିଲ୍ଲୀ ଓ ବେଙ୍ଗାଲୁରୁରରେ ସିଜେପିର ଆନ୍ଦୋଳନରେ ସାମିଲ ହେବାକୁ ସେ ନିକଟରେ ଭାରତ ଆସିଥିଲେ। ବେଙ୍ଗାଲୁରୁରେ ଯୋଗ ଦେବା ପରେ ସେ ଦିଲ୍ଲୀର ଗୁରୁଗ୍ରାମ ସ୍ଥିତ ନିଜର ବାସଭବନ ଯାଇଥିଲେ। ତେବେ ଆନ୍ଦୋଳନ ଦିନ ସକାଳେ ପୋଲିସ ତାଙ୍କ ଘରକୁ ଆସି ଉଠାଇ ନେଇଥିଲା। ଆନ୍ଦୋଳନ ପ୍ରଶମିତ ହେବା ପରେ ଧ୍ରୁବ ରାଠୀଙ୍କୁ ପୋଲିସ ଛାଡ଼ି ଦେଇଥିଲା।