ଭୋଗରାଇ, ୮/୧୧ : ରାସ୍ତାକଡରୁ ମୃତଦେହ ଉଦ୍ଧାର । ରାଜପଥ କଡରେ ପଡିଛି ମୃତଦେହ । ଏମିତି କିଛି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଦେଇ ଯାଇଥିବା ୫୭ ନମ୍ବର ରାଜ୍ୟ ରାଜପଥ କଚୁଆଡି ଛକ ନିକଟରେ ।

Also Read :- Amitabh Bachchan: ହଠାତ୍‌ ବିଗିଡିଲା ଅମିତାଭଙ୍କ ସ୍ଵାସ୍ଥ୍ୟାବସ୍ଥା, ସ୍ଥଗିତ ରହିଲା KBC ଶୁଟିଂ

ରିପୋର୍ଟ ଅନୁସାରେ, ରାସ୍ତା କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ କଚୁଆଡି ଗ୍ରାମର ଦିବାକର ଖଟୁଆ। ମଧ୍ୟରାତ୍ରରେ ରାସ୍ତା କଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲୋକେ ମୃତଦେହ ଦେଖିବାକୁ ପାଇଥିଲେ। ଏହାକୁ ଉଦ୍ଧାର କରାଯାଇ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ କାର୍ ରାସ୍ତା କଡ଼ରେ ରଖାଯାଇଛି। ତେବେ ଏହା ହତ୍ୟା ନା ଦୁର୍ଘଟଣା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।