ଭୋଗରାଇ,୮|୦୬:ପାରିବାରିକ କଳହରୁ କରୁଣ ପରିଣତି । ପନିକିରେ ଶାଶୂକୁ ହାଣିଲା ବୋହୂ । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳରେ ।

ରିପୋର୍ଟ ଅନୁସାରେ, ଭୋଗରାଇ ଅଞ୍ଚଳରେ ଥିବା ପଥରଘାଟା ଗ୍ରାମରେ ଏହି ଘଟଣା ଘଟିଛି । ଏଠାରେ ଜଣେ ମହିଳା ନିଜ ଶାଶୂଙ୍କୁ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଶାଶୂ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଛି ।

Also Read :-ଚରୁଥିଲେ ଗାଈ-ମଇଁଷି, ମାରିଦେଲା ଚଡ଼କ

ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହ ଶିବାନୀକୁ ଗିରଫ କରି ପଚରାଉଚୁରା କରୁଛି । ଅର୍ଥ ଲୋଭରେ ଶାଶୂକୁ ପନିକିରେ ଶିବାନୀ ହାଣି ଥିବା ଜଣା ପଡିଛି ।