ଜଗତସିଂହପୁର,୮|୦୬ବାହାରେ ଥିଲେ ଗାଈ- ମଇଁଷି । ହଠାତ ହେଲା ବଜ୍ରପାତ । ଟଳିଲେ ଏକାଧିକ ପଶୁ । ଏପରି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁରରେ । ଏଠାରେ ବଜ୍ରପାତ ଅନେକ ଗୃହପାଳିତ ପଶୁଙ୍କ ଜୀବନ ନେଇଛି । ଦିନକୁ ଦିନ ଏପ୍ରକାର ଅଳ୍ପ ଅଘଟଣ ବଢ଼ୁଥିବାରୁ ଗୋପାଳକମାନେ ହତାଶ ପଡ଼ିଛନ୍ତି।

ରିପୋର୍ଟ ଅନୁସାରେ, ଶନିବାର ଏକକାଳୀନ ବଜ୍ରପାତରେ ସ୍ଥାନୀୟ ଅଭିଦିଆନନ୍ଦପୁରରେ ଏକକାଳୀନ ତିନି ମଇଁଷିଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ବି ସେଇ ଅଞ୍ଚଳରେ ଆଉ ଏକ ମଇଁଷି ବଜ୍ରପାତର ଶିକାର ହୋଇ ଟଳି ପଡ଼ିଥିଲା। ଅନୁରୂପ ଭାବେ ଶନିବାର ମଧ୍ୟ ସହରର ଇନଡୋର ଷ୍ଟାଡିୟମ ନିକଟରେ ଏକ ଗାଈର ମୃତଦେହ ଠାବ ହୋଇଥିଲା। ଏହା ମଧ୍ୟ ମଧ୍ୟ ବଜ୍ରପାତଜନିତ ମୃତ୍ୟୁ ବୋଲି ଅନୁମାନ କରାଯାଉଛି। । ଇତି ମଧ୍ୟରେ ଅଭିଦିଆନନ୍ଦପୁରରେ ମୃତ୍ୟୁବରଣ କରିଥିବା ୪ ମଇଁଷିଙ୍କ ମାଲିକ ପୋଥପଡ଼ା ଅଞ୍ଚଳର ବାସିନ୍ଦା ଥିବା କୁହାଯାଉଛି।

ବଜ୍ରପାତକୁ ପ୍ରତିହିତ କରିବା ନିମନ୍ତେ ସରକାର ତାଳ ଚାରା ରୋପଣ ଉପରେ ପ୍ରାଧାନ୍ୟ ଦେଇଥିଲେ। ବର୍ତ୍ତମାନ କିନ୍ତୁ କେତେକ ଜାଗାରେ ତାଳ ଗଛକୁ ବେଆଇନ ଭାବେ କାଟି ସଫା କରି ଦିଆଯାଉଥିବା ଅଭିଯୋଗ ହେଉଛି।