ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦର୍ଶନରେ ସାମିଲ୍ ହେବା ନେଇ ସ୍ପେଶାଲ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ(SEM) ଆଇସାର ଅଧ୍ୟକ୍ଷ ନେହା ବୋରାଙ୍କୁ ନୋଟିସ୍ ଜାରି କରିଥିଲେ। ନୋଟିସରେ ପିସ ବଣ୍ଡ ଉପରେ ସାଇନ କରିବାକୁ କୁହାଯାଇଥିଲା। ନେହା SEMର ନୋଟିସ୍ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହେଲେ ଅଦାଲତ ନେହା ବୋରାଙ୍କ ଯାଚିକା ଖାରଜ କରି ଦେଇଥିଲେ। କୁହାଯାଉଥିଲା, ଯାଚିକା ଖାରଜ ପରେ ନେହା ବୋରା ପିସ ବଣ୍ଡରେ ସାଇନ କରିବେ, ମାତ୍ର ସେମିତି କିଛି ହୋଇନି। ଓଲଟା ନେହା ସାଇନ କରିବାକୁ ମନା କରି ଦେଇଛନ୍ତି।

କାହିଁକି ଭରିବେନି କହିଲେ କାରଣ ?

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ ନେହା ଲଗାତାର ସକ୍ରିୟ ଥିଲେ। SEMର ପିସ୍ ବଣ୍ଡ ନୋଟିସ ଉପରେ ଆଲୋଚନା କରି ନେହା କାହିଁକି ପିସ୍ ବଣ୍ଡ ଭରିବେ ନାହିଁ ତାର କାରଣ ମଧ୍ୟ କହିଛନ୍ତି। ସେ କହିଛନ୍ତି, ପିସ୍ ବଣ୍ଡ ତାଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ଏବଂ ଛଡ଼ାଇ ନେଉଛି। ଏଥିପାଇଁ ସେ ଏଥିରେ ଦସ୍ତଖତ କରିବାର ପ୍ରଶ୍ନ ଉଠୁନି।

Also Read: ଅରୁଣାଞ୍ଚଳ ପ୍ରଦେଶର ଆସାଫିଲା ଓ ଲଙ୍ଗଜୁ ସୀମାରେ ସ୍ଥିତି ନିୟନ୍ତ୍ରଣାଧୀନ, କୌଣସି ସଂଘର୍ଷ ଘଟିନି: ରିପୋର୍ଟ

ସେ ଏହା ମଧ୍ୟ କହିଛନ୍ତି, ଦେଶରେ କେଉଁଠି ବି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ସମୟରେ ଲୋକଙ୍କୁ ରୋକିବା ପାଇଁ ଏହି ପିସ୍ ବଣ୍ଡର ବ୍ୟବହାର କରାଯାଇପାରେ। କଣ ଦେଶବାସୀଙ୍କୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଆନ୍ଦୋଳନ କରିବାର ଅଧିକାର ନାହିଁ କି ? ତେଣୁ ନା ସେ ଏହି ପିସ୍ ବଣ୍ଡରେ ସାଇନ କରିବେ ନା ତାଙ୍କର କୌଣସି ସଦସ୍ୟ ଏଥିରେ ସାଇନ କରିବେ।

କଣ କହିଥିଲେ ହାଇକୋର୍ଟ

ଉଲ୍ଲେଖନୀୟ ଆଇସାର ସଭାପତି ନେହା ବୋରାଙ୍କୁ SEMଠୁ ପିସ୍ ବଣ୍ଡ ଉପରେ ସାଇନ କରିବାକୁ ନୋଟିସ୍ ମିଳିଥିଲା। ଏହାକୁ ଚ୍ୟାଲେଞ୍ଜ କରି ଅକ୍ଟୋବର ୧୭ରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ନେହା। ହେଲେ ଅକ୍ଟୋବର ୨୩ରେ ହୋଇଥିବା ଶୁଣାଣିରେ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଥିଲେ ହାଇକୋର୍ଟ। କୋର୍ଟ କହିଥିଲେ, SEM ନିକଟରେ ନେହାଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପର୍ଯ୍ୟାପ୍ତ କାରଣ ଥିଲା। ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ ଟିପ୍ପଣୀ କରି କହିଥିଲେ, SEMର ନୋଟିସ୍ ଆଇନଗତ ଆବଶ୍ୟକତା ଅନୁସାରେ ଥିଲା।