କଟକ ୧୧।୦୬ : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା । କଟକ ଡିସିପି ଋଷିକେଶ ଖିଲାରୀ ଦେଇଛନ୍ତି ବଡ଼ ବୟାନ । ଚନ୍ଦ୍ରିକାଙ୍କ ପୁରୁଷବନ୍ଧୁଙ୍କୁ ଠାବ ନେଇ ଡିସିପି ଗଣମାଧ୍ୟମ ଆଗରେ କହିଛନ୍ତି ବଡ଼ କଥା।

କିଛି ଦିନ ତଳେ କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତଦେହ ମିଳିଥିଲା । ଏହାପରେ ପୋଲିସ ମୃତଦେହକୁ ଜବତ କରି ଆରମ୍ଭ କରିଥିଲା ତଦନ୍ତ । ଏହି ତଦନ୍ତ ଆଳରେ ପୋଲିସକୁ ଅନେକ ତଥ୍ୟ ମିଳିଛି । ଗୋଟିଏ ପଟେ ଚନ୍ଦ୍ରିକାଙ୍କ ପରିବାର ଲୋକ ପୁରୁଷବନ୍ଧୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣୁଛନ୍ତି । ଏପିରିକି ଚନ୍ଦ୍ରିକାଙ୍କ ମୃତ୍ୟୁ ପଛରେ ପୁରୁଷ ବନ୍ଧୁ ହିଁ ଦାୟୀ ବୋଲି ମୃତକଙ୍କ ଭଉଣୀ କହିଥିଲେ । ଏସବୁ ଭିତରେ ଚନ୍ଦ୍ରିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଯେଉଁଥିରେ ପାଣିରେ ବୁଡ଼ି ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।

Also Read:-Guru Randhawa : ଗୁରୁ ରନ୍ଧାୱାଙ୍କ ଜିମ୍‌ରେ ଆଖିବୁଜା ଗୁଳିମାଡ଼, ବିଷ୍ଣୋଇ ଗ୍ୟାଙ୍ଗ ନେଲା ଦାୟିତ୍ୱ

ସେହିପରି ଅନ୍ୟପଟେ ଚନ୍ଦ୍ରିକାଙ୍କ ପୁରୁଷବନ୍ଧୁ ହାଇକୋର୍ଟ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏପଟେ କଟକ ଡିସିପି କହିଛନ୍ତି ଯେ, ପୋଷ୍ଟମର୍ଟମ ରିପୋର୍ଟରେ ପାଣିରେ ବୁଡ଼ି ହୋଇଥିବା ଜଣାପଡିଛି । କଲ୍‌ ଡିଟେଲ୍ସ ସହ ସମସ୍ତ ଟେକ୍ନିକାଲ୍‌ ଡାଟାର ଯାଞ୍ଚ କରାଯାଉଛି । ପୁରୁଷ ବନ୍ଧୁଙ୍କୁ ପୋଲିସ ଟିମ୍‌ ଖୋଜାଖୋଜି କରୁଛି । ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ଥିବା ନେଇ ପୋଲିସ ତଦନ୍ତ କରୁଛି। ପୁରୁଷ ବନ୍ଧୁଙ୍କ ଆଗୁଆ ଜାମିନ ଆବେଦନକୁ ବିରୋଧ କରିବାକୁ ପଦକ୍ଷେପ ନିଆଯିବ ।