ନୂଆଦିଲ୍ଲୀ: ଇଂଲଣ୍ଡର ଅଧିନାୟକ ହ୍ୟାରି ବ୍ରୁକ୍ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଇତିହାସ ରଚିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନରେ ଖେଳାଯାଉଥିବା ଦିନିକିଆ ଟ୍ରାଇ ସିରିଜ ମୁକିବାଲରେ ୧୧୪ ବଲରୁ ଦ୍ୱିଶତକ ହାସଲ କରିଛନ୍ତି । ବ୍ରୁକ୍ ଇଂଲଣ୍ଡ ପାଇଁ ଦିନିକିଆ କ୍ରିକେଟରେ ଦ୍ୱିଶତକ ମାରିବାରେ ପ୍ରଥମ ବ୍ୟାଟର୍ ମଧ୍ୟ ହୋଇଛନ୍ତି । ତାଙ୍କର ବିସ୍ଫୋରଣ ବ୍ୟାଟିଂ ବଳରେ ଇଂଲଣ୍ଡ ୫୦ ଓଭରରେ ଚାରି ୱିକେଟ୍ ହରାଇ ୪୨୯ ରନର ବିଶାଳ ସ୍କୋର ଠିଆ କରିଛି । ଅନ୍ୟପଟେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ପରେ ଦିନିକିଆରେ ଦ୍ୱିଶତକ ମାରିବାରେ ଦ୍ୱିତୀୟ ମଧ୍ୟକ୍ରମ ବ୍ୟାଟର ହୋଇଛନ୍ତି ।

ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ୍ ରାୱଲପିଣ୍ଡିରେ ମାତ୍ର ୧୧୪ ବଲରେ ଡବଲ୍ ସେଞ୍ଚୁରି ମାରି ଶୁଭମନ ଗିଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ଶୁଭମନ୍ ଗିଲ୍ ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଗୌହାଟୀର ବରସାପାରା କ୍ରିକେଟ୍ ଷ୍ଟାଡିୟମରେ ୧୧୭ ବଲରେ ଦ୍ୱିଶତକ ପୂରଣ କରିଥିଲେ ।

ଗୁରୁବାର ରାୱଲପିଣ୍ଡିରେ ଖେଳାଯାଉଥିବା ଏହି ମୁରାବିଲାରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ରୁକ୍ ୧୧୬ ବଲରେ ୨୦୨ ରନ୍ କରିଥିଲେ । ତାଙ୍କର ଏହି ପାଳିରେ ୨୧ ଚୌକା ଏବଂ ୧୦ ଛକା ରହିଛି । ସେ ୧୭୪.୧୩ ଷ୍ଟ୍ରାଇକ୍ ରେଟରେ ରନ୍ କରିଥିବେ ଏବଂ ୧୫୯ ମିନିଟ୍ ଯାଏଁ ବ୍ୟାଟିଂ କରିଥିଲେ ।

ଦିନିକିଆରେ ଦ୍ୱିଶତକ ମାରିଥିବା ବ୍ୟାଟର

ରୋହିତ୍ ଶର୍ମା (ଭାରତ) – ୨୬୪ ରନ

ମାର୍ଟିନ୍ ଗପ୍ଟିଲ୍ (ନ୍ୟୁଜିଲାଣ୍ଡ) – ୨୩୭*

ବୀରେନ୍ଦ୍ର ସେହୱାଗ (ଭାରତ) – ୨୧୯ ରନ

କ୍ରିସ୍ ଗେଲ୍ (ୱେଷ୍ଟଇଣ୍ଡିଜ୍) – ୨୧୫ ରନ୍

ଫକର ଜମାନ (ପାକିସ୍ତାନ) - ୨୧୦*

ଇଶାନ କିଷାନ (ଭାରତ) – ୨୧୦ ରନ

ପଥୁମ୍ ନିସଙ୍କା (ଶ୍ରୀଲଙ୍କା) - ୨୧୦*

ରୋହିତ ଶର୍ମା (ଭାରତ) – ୨୦୯ ରନ

ଶୁଭମନ ଗିଲ (ଭାରତ) – ୨୦୮ ରନ

ରୋହିତ୍ ଶର୍ମା (ଭାରତ) – ୨୦୮*

ହ୍ୟାରି ବ୍ରୁକ୍ (ଭାରତ) – ୨୦୨ ରନ୍

ଗ୍ଲେନ୍ ମ୍ୟାକ୍ସୱେଲ୍ (ଅଷ୍ଟ୍ରେଲିଆ) – ୨୦୧*

ସଚିନ ତେନ୍ଦୁଲକର (ଭାରତ) – ୨୦୦*