କ୍ରାଇଷ୍ଟଚର୍ଚ୍ଚ: ଏଠାରେ ହେଗଲି ଓଭାଲରେ ଖେଳା ଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡର ବ୍ୟାଟର ଦମଦାର ପ୍ରଦର୍ଶନ କରିଛନ୍ତି। ପ୍ରଥମେ ବ୍ୟାଟିଂ କରି ଘରୋଇ ଦଳ ୪ ଓ୍ଵିକେଟ୍ ହରାଇ ୨୨୫ ରନ କରିଛି। ଭାରତ ସାମ୍ନାରେ ରହିଛି ବିଶାଳ ୨୨୬ ରନର ବିଜୟ ଲକ୍ଷ୍ୟ।  ଗ୍ଲେନ ଫିଲିପ୍ସ ୮୨ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଥିବା ବେଳେ ଫିନ ଆଲେନ ୪୫ ରନ ଏବଂ ବେଭନ ଜାକବ୍ସ ଦ୍ରୁତ ୩୧ ରନ କରିଛନ୍ତି। ଉଲ୍ଲେଖନୀୟ ଏହି ମ୍ୟାଚ୍ ଜରିଆରେ ଦୀର୍ଘ ୪ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଭୁବନେଶ୍ଵର କୁମାର। ହେଲେ ତାଙ୍କର ପଦାର୍ପଣ ମ୍ୟାଚ୍ ଫିକା ରହିଛି। ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Updating...