କଟକ ୧୪।୭: ପାଠ୍ୟପୁସ୍ତକ ତ୍ରୁଟି ଘଟଣାର ଫିଟିବ ଗୁମର । ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ୬ ଜଣଙ୍କ ନାଁରେ କ୍ରାଇମବ୍ରାଞ୍ଚରେ ଏତଲା ଦିଆଯାଇଛି । SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କ ସହ ଆଉ ୫ ଜଣଙ୍କ ନାଁ ରେ ଏତଲା ଦିଆଯାଇଛି ।

ସେପଟେ ମନୋଜ ପାଢ଼ୀଙ୍କୁ ଅଟକ ରଖି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚରେ ଏତଲା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ତଦନ୍ତକାରୀ ଟିମ୍ । DSP ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ଗଠନ ହୋଇଥିବା ବେଳେ ବିଭିନ୍ନ ଦିଗ ନେଇ ତନାଘନା ଚାଲିଛି ।

Also Read:- କ୍ରାଇମବ୍ରାଞ୍ଚ ହାତକୁ ଗଲା ପାଠ୍ୟପୁସ୍ତକରେ ତ୍ରୁଟିର ତଦନ୍ତ ଭାର, SCERT ନିର୍ଦ୍ଦେଶିକାଙ୍କ ଅଭିଯୋଗ ପରେ ରୁଜୁ ହେଲା ମାମଲା

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ କାହିଁକି ତ୍ରୁଟି ହେଲା ? କିପରି ହେଲା ? କିଏ କଲା ? ଏହା ପଛର କାରଣ କ'ଣ ? ସେସବୁକୁ ନେଇ ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏସସିଇଆରଟି ପକ୍ଷରୁ ପୂରା ପ୍ରକ୍ରିୟାରେ ରହିଥିବା ବହୁ ଗୁରୁତ୍ବପୂର୍ଣ ଦସ୍ତାବିଜ୍ ମଧ୍ଯ କ୍ରାଇମବ୍ରାଞ୍ଚଙ୍କୁ ଦିଆଯାଇଛି । ପାଠ୍ୟପୁସ୍ତକ ପ୍ରସ୍ତୁତି, ବିଷୟବସ୍ତୁ ଚୟନ, ଅନୁମୋଦନ, ମୁଦ୍ରଣ, ପ୍ରକାଶନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟକୁ ଯାଞ୍ଚ କରାଯିବ ବୋଲି କ୍ରାଇମବଞ୍ଚ ସୂଚନା ଦେଇଛି ।