ବାରିପଦା,୦୩/୦୪: ଐତିହ୍ୟସମ୍ପନ୍ନ ବାରୁଣୀ ଶିବ ମନ୍ଦିର। ବାରିପଦା ସହରର ଐତିହାସିକ କଳାସ୍ଥାପତ୍ୟ, ଆଧ୍ୟାତ୍ମିକ ମହିମା ଓ ପ୍ରାକୃତିକ ପରିବେଶର ଅନନ୍ୟ ପ୍ରତୀକ ଏ ଦେବାଳୟ। ଓଡ଼ିଶାର ଏହାର ସୁନାମ ଥିବାବେଳେ ଏବେ ଏହାର ଆଧ୍ୟାତ୍ମିକ ପରିବେଶ ସଂପୂର୍ଣ୍ଣ ନଷ୍ଟ ହେବାରେ ଲାଗିଛି। ମନ୍ଦିରକୁ ଲାଗି ପୁଟିଂ ହୋଇ ଖାଲିପଡିଥିବା ପଡିଆ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି।

also read- ନୂଆ ଝିଅ ସହ ବୁଲୁଥିଲା ପ୍ରେମିକ, ମୁହଁକୁ ଛେପ ପକେଇଦେଲା ପ୍ରଥମ ପ୍ରେମିକା, ଓଭରବ୍ରିଜ୍ ଉପରେ ଚାଲିଲା ଡ୍ରାମା

ଦିନରାତି ଏଠାରେ ମଦର ଆସର ସହ ନିଶାଖୋର ମାନଙ୍କ ଆଡ୍ଡା ଜମୁଛି । ନିର୍ଭୟରେ ଏଠାରେ ଗଞ୍ଜେଇ କାରବାର ହେଉଥିବା ନେଇ ସୂଚନା ମିଳିଛି। ମନ୍ଦିରର ପଛପାଖରେ ପ୍ରେମୀଯୁଗଳଙ୍କ ଭିଡ ଲାଗି ରହୁଛି । ସ୍ପଷ୍ଟ ଦିବାଲୋକରେ କିଛି କାହାକୁ ଭ୍ରୁକ୍ଷେପ ନ କରି ପାଚେରି କଡକୁ ଲାଗି ପ୍ରେମୀଯୁଗଳ ଅସଂଯତ ଅବସ୍ଥାରେ ଥିବା ଦେଖିବାକୁ ମିଳୁଛି।

also read- ଖଣି ଅଞ୍ଚଳ ମୁହାଁ ଗଜରାଜ, ସିସିଟିଭିରେ ଭିଡିଓ ରେକର୍ଡ, ସ୍ଥାନୀୟ ଲୋକେ ଆତଙ୍କିତ

ମନ୍ଦିର ପରିସରରେ ଏଭଳି ଦୃଶ୍ୟକୁ ବୁଦ୍ଧିଜୀବୀ ମହଲ ଓ ସ୍ଥାନୀୟ ଲୋକ ନାପସନ୍ଦ କରିଛନ୍ତି। ଏପରିକି କଲେଜ ପଢୁଆ ଯୁବକଯୁବତୀମାନେ ଏଠି ଖୋଲାଖୋଲି ସିଗାରେଟ ଓ ଚରସ ସେବନ କରୁଥିବା ଦେଖିବାକୁ ମିଳୁଛି। ସମସ୍ତଙ୍କ ଆଖିଆଗରେ ଏଭଳି ଅସାମାଜିକ କାର୍ଯ୍ୟ କଳାପ ଚାଲିଥିଲେ ସୁଦ୍ଧା ଏ ନେଇ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନି ।