ସମ୍ବଲପୁର ୦୨।୦୪ : ରାସ୍ତାରେ ପଡ଼ିଲା ତ୍ରିକୋଣୀୟ ପ୍ରେମ । ପୁରୁଷ ବନ୍ଧୁ ଦ୍ୱିତୀୟ ପ୍ରେମିକାଙ୍କୁ ନେଇ ଯାଉଥିବା ସମୟରେ ପ୍ରଥମ ପ୍ରେମିକା ସହ ଫାଟକ ଓଭରବ୍ରିଜ୍‌ ଉପରେ ତୁମୁଳକାଣ୍ଡ । କଥା କଟାକଟିରୁ ଆରମ୍ଭ ହୋଇଥିବା ଏହି ଝଗଡ଼ା ଚୁଟି ଝିଙ୍କାଝିଙ୍କିରେ ଶେଷ ହୋଇଥିଲା । ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା ହାଇଭୋଲଟେଜ୍ ଡ୍ରାମା । ପୁରୁଷ ବନ୍ଧୁ, ତାଙ୍କର ବାନ୍ଧବୀ ସହ ପ୍ରଥମ ପ୍ରେମିକାଙ୍କ ଏହି ତ୍ରିକୋଣୀୟ ପ୍ରେମ ରାସ୍ତା ଗଡ଼ିଛି । ହେଲେ ଶେଷରେ ଡ୍ରାମା ବଢ଼ିବଢ଼ି ଚାଲିଥିବା ସମୟରେ କିଛି ଲୋକ ହସ୍ତକ୍ଷେପ କରିଥିଲେ । ପରେ ଉଭୟେ ଘଟଣା୍ ସ୍ଥଳରୁ ଘରକୁ ଫେରିଥିଲେ । ଏହାକୁ ନେଇ କୌଣସି ଏତଲା ହୋଇନଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ସନ୍ଧ୍ୟା ପ୍ରାୟ ୮ଟାବେଳେ ଫାଟକ ଓଭରବ୍ରିଜରେ ପ୍ରେମିକ ଜଣକ ତାଙ୍କର ଜଣେ ବାନ୍ଧବୀ ସହ ଯାଉଥିଲେ । ଏହି ସମୟରେ ତାଙ୍କର ପ୍ରଥମ ପ୍ରେମିକା ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଯାହାକି ଧୀରେଧୀରେ ଉଗ୍ର ରୂପ ନେଇଥିଲା । ପୁଅର ମୁହଁକୁ ଝିଅ ଛେପ ପକାଇବା ପରେ ଆରମ୍ଭ ହୋଇଥିବା ବାଡ଼ିଆପିଟା । ପୁଅ-ଝିଅ ଉଭୟେ ଚୁଟି ଝିଙ୍କାଝିଙ୍କି କରିଥିଲେ । ଉଭୟେ ଉଭୟଙ୍କୁ ଚାପୁଡ଼ା ପରେ ଚାପୁଡ଼ି ମାରିଚାଲିଥିଲେ । ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ଏମିତି କି, ପୁଅ ସହ ଯାଉଥିବା ବାନ୍ଧବୀଙ୍କୁ ମଧ୍ୟ ପ୍ରେମିକା ଜଣକ ହାତ ଉଠାଇଥିଲେ । ଚୁଟି ଧରି ଆକ୍ରମଣ କରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ସମସ୍ତ ଦୃଶ୍ୟକୁ ଅନ୍ୟ ଜଣେ ପଥଚାରୀ ରେକର୍ଡ କରୁଥିବା ଜଣାପଡ଼ିଛି । ଏହି ଭିଡିଓ ଭାଇରାଲ୍ ହେବା ପରେ ସହରରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Also Read:-Chaudwar Jail Escape Case : ୬ ମାସ ପରେ ସଫଳତା, ଜେଲରୁ ଫେରାର୍‌ ୨ୟ କଏଦୀ ଗିରଫ

ଘଟଣା ଅଧିକ ଉଗ୍ର ହେବାରୁ ରାସ୍ତାରେ ଯାଉଥିବା ପଥଚାରୀ ହସ୍ତକ୍ଷେପ କରିଥିଲେ । କିଛି ଲୋକ ଉଭୟଙ୍କୁ ଅଲଗା କରିଥିଲେ । ହେଲେ ଏହି ସମୟରେ ଆଉ କିଛି ଯୁବକ ପହଞ୍ଚିଥିଲେ । ସେମାନେ ପ୍ରେମିକଙ୍କୁ ଟାର୍ଗେଟ୍ କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ଏନେଇ କିନ୍ତୁ ସମ୍ବଲପୁର ଟାଉନ ଥାନାରେ କୌଣସି ମାମଲା ହୋଇନି । ଘଟଣା ସମ୍ପର୍କରେ ପୁଲିସ୍ ପାଖରେ ସୂଚନା ରହିଛି । କିନ୍ତୁ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିବା ପୂର୍ବରୁ ସମସ୍ତେ ଫେରାର ମାରିଥିଲେ । ଭିଡିଓରେ କିଏ କିଏ ଅଛନ୍ତି ସେନେଇ କୌଣସି ସୂଚନା ନାହିଁ । ଏମାନଙ୍କ ପରିଚୟ ମିଳିପାରି ନାହିଁ । କିଛି ଲୋକଙ୍କ କହିବା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ଉଭୟ ପ୍ରେମିକ ଓ ପ୍ରେମିକା ରହୁଛନ୍ତି । କିନ୍ତୁ ଦ୍ୱିତୀୟ ପ୍ରେମିକା ଆସିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ସନ୍ଦେହ କରାଯାଉଛି ।