ନୂଆଦିଲ୍ଲୀ ୨୩।୧୦; ବଲିଉଡ୍ ତାରକା ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂ ବେଶ୍ ଉତ୍ସାହର ସହ ଦଶହରା ପାଳନ କରିଛନ୍ତି। ଚଳିତ ବର୍ଷର ଦଶହରା ଏହି ଦମ୍ପତିଙ୍କ ପାଇଁ ଦ୍ୱିଗୁଣିତ ଖୁସି ନେଇ ଆସିଛି । କାରଣ ସେମାନେ ନିଜର ଉଭୟ ଝିଅଙ୍କ ସହ ଏହି ପର୍ବ ପାଳନ କରିଛନ୍ତି । ଦୀପିକା ନିକଟରେ ନିଜର ଦ୍ୱିତୀୟ କନ୍ୟାର ମାଆ ହୋଇଥିଲେ ଏବଂ ଦଶହରା ଅବସରରେ, ଏହି ଦମ୍ପତି ନିଜର ନବଜାତ ଶିଶୁକନ୍ୟାର ପ୍ରଥମ ଝଲକ ପ୍ରଶଂସକମାନଙ୍କ ସହ ସେୟାର କରିବା ସହ ତାଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି। ରଣବୀର ଏବଂ ଦୀପିକା ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେମାନେ ନିଜର ଦୁଇ ଝିଅଙ୍କ ସହ ପାରମ୍ପରିକ ପୋଷାକ ପିନ୍ଧିଥିବାର ନଜର ଆସୁଛନ୍ତି। ବିଶେଷ କଥା ହେଉଛି, ଦୀପିକାଙ୍କ ସାନ ଝିଅର ନାମ ବଲିଉଡ୍ ତାରକା ବିପାଶା ବସୁଙ୍କ ଝିଅର ନାଁ ସହ ସମାନ ରହିଛି।

ଦୀପଭୀରଙ୍କ ସାନ ଝିଅଙ୍କ ନାମ

ଦଶହରାରେ ଦୀପିକା ଏବଂ ରଣବୀର ନିଜ ସାନ ଝିଅଙ୍କ ପ୍ରଥମ ଝଲକ ପ୍ରଶଂସକମାନଙ୍କୁ ଦେଖାଇଛନ୍ତି । ସେପ୍ଟେମ୍ବର ୧୯ ତାରିଖରେ ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପ୍ରଶଂସକମାନେ ଏହି ଦମ୍ପତିଙ୍କ ଦ୍ୱିତୀୟ ଝିଅଙ୍କୁ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ ଏବଂ ଦଶହରା ଅବସରରେ ସେମାନେ ଏହି ଇଚ୍ଛା ପୂରଣ କରିଛନ୍ତି । ଗତକାଲି ଦଶହରାରେ ଦୀପିକା ଓ ରଣବୀର ନିଜର ଉଭୟ ଝିଅଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହି ସୁନ୍ଦର ପାରିବାରିକ ଫଟୋ ସହ ସେମାନେ ଲେଖିଛନ୍ତି: "ପ୍ରଚୁର ଲପାଇବା... ଦେବୀ ପାଦୁକୋନ ସିଂ। ରଣବୀର ଏବଂ ଦୀପିକା ନିଜ ଦ୍ୱିତୀୟ ଝିଅଙ୍କ ନାମ 'ଦେବୀ ପାଦୁକୋନ ସିଂ' ରଖିଛନ୍ତି। ଏହି ଦମ୍ପତିଙ୍କ ପ୍ରଥମ ଝିଅଙ୍କ ନାମ ଦୁଆ ପାଦୁକୋନ ସିଂ; ତାଙ୍କର ଜନ୍ମ ୨୦୨୪ ମସିହା ସେପ୍ଟେମ୍ବର ୮ ତାରିଖରେ ହୋଇଥିଲା । ଦମ୍ପତିଙ୍କ ଉଭୟ ଝିଅ ସେପ୍ଟେମ୍ବର ମାସରେ ଜନ୍ମଗ୍ରହଣ କରିଛନ୍ତି।

'ଦୀପବୀର'ଙ୍କ ଏହି ଫଟୋରେ, ଦୀପିକା ନିଜର ଏକ ଝିଅକୁ କୋଳରେ ଧରିଥିବା ବେଳେ, ବଡ଼ ଝିଅ ରଣବୀରଙ୍କ କୋଳରେ ବସିଛି। ଏଥିରେ ଦୁଆକୁ ତା’ର ସାନ ଭଉଣୀ ଦେବୀଙ୍କୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳୁଛି। ବିପାଶା ଏହି ପୋଷ୍ଟରେ "ଦେବୀ" ବୋଲି କମେଣ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିପାଶାଙ୍କ ନିଜ ଝିଅର ନାମ ମଧ୍ୟ ଦେବୀ ଅଟେ। ଆଲିଆ ଭଟ୍ଟ ସମେତ କରିସ୍ମା କପୁର, ବାନୀ କପୁର, ଶର୍ବରୀ, ଡାଏନା ପେଣ୍ଟି, ଭୂମି ପେଡନେକର, ଚିତ୍ରାଙ୍ଗଦା ସିଂ, ହୁମା କୁରେଶୀ, ମସାବା ଗୁପ୍ତା, ଦିୟା ମିର୍ଜା, ବୀର ପାହାରିଆ ଓ ଶମିତା ସେଟ୍ଟୀଙ୍କ ସମେତ ଅନେକ ତାରକା ମଧ୍ୟ ଏହି ଫଟୋକୁ 'ଲାଇକ୍' କରିଛନ୍ତି। ଫଟୋଟି ୬.୩ ନିୟୁତ (୬୩ ଲକ୍ଷ) 'ଲାଇକ୍' ପାଇସାରିଛି।