କେନ୍ଦୁଝର ୯।୧୦: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ । ଏଥିସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ । କେନ୍ଦୁଝର ଜିଲ୍ଲା ପୋକ୍ସୋ କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ ଯୁବକ ହେଉଛି ବଡ଼ବିଲ ଥାନା ଅଞ୍ଚଳର ଶୁନିଆ ଚମ୍ପିଆ ।

ଓକିଲଙ୍କ ସୂଚନା ଅନୁଯାୟୀ, ୨୦୨୨ ମସିହାରେ ବଡ଼ବିଲ ଥାନା ଅଞ୍ଚଳର ଜଣେ ନାବାଳିକା ନିଜ ପରିବାର ସହ ଏକ ଭୋଜିକୁ ଯାଇଥିଲେ । ସେଠାରୁ ଅଭିଯୁକ୍ତ ଶୁନିଆ ଚମ୍ପିଆ ନାବାଳିକାଙ୍କୁ ଜୋରଜବରଦସ୍ତ ନିକଟସ୍ଥ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା । ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ବଡ଼ବିଲ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ ହୋଇଥିଲା । ମାମଲାରେ ୧୩ ଜଣ ସାକ୍ଷୀଙ୍କ ବୟାନ ଓ ଉପସ୍ଥାପିତ ପ୍ରମାଣକୁ ବିଚାରକୁ ନେଇ ଅଦାଲତ ଏହି ରାୟ ଶୁଣାଇଛନ୍ତି ।

Also Read:- ବାପଘର ଦେଇଥିଲେ ମଙ୍ଗଳସୂତ୍ର, ଫେରାଇଲା ଖଣ୍ଡଗିରି ପୋଲିସ... ପୂରା ଘଟଣା ଥିଲା ଏମିତି

ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।