ଭୁବନେଶ୍ବର ୯।୧୦: “ଦୀର୍ଘ ବର୍ଷର ମଙ୍ଗଳସୂତ୍ର । ବାହାଘର ବେଳେ ଦେଇଥିଲେ ବାପଘର । ମୁଁ ସବୁବେଳେ ତାକୁ ବେକରେ ପକାଇଥାଏ । ଲୁଟେରା ଝାମ୍ପି ନେଇଯିବାରୁ ମନ ବହୁତ ଦୁଃଖ ହୋଇଥିଲା । ତାକୁ ଫେରିପାଇ ଆଜି ମୁଁ ଭାରି ଖୁସି ।“ ଏମିତି କିଛି କହିଥିଲେ ଚୋରି ମଙ୍ଗଳସୂତ୍ର ଫେରି ପାଇଥିବା ମହିଳା । ଚୋରି ହୋଇଥିବା ସୁନା ମଙ୍ଗଳସୂତ୍ର ମାଲିକଙ୍କୁ ଫେରାଇଛି ଖଣ୍ଡଗିରି ଥାନା ପୋଲିସ । ଲୁଟେରା ବର୍ତ୍ତମାନ ଏମ୍ସରେ ଚିକିତ୍ସାଧିନ ଥିବାରୁ ଚିକିତ୍ସା ପରେ ତାକୁ ଗିରଫ କରାଯିବ ବୋଲି କହିଛି ।

ଛିନତାଇ କରିବାକୁ ଯାଇ ଫ୍ଲାଏଓଭରରୁ ଡେଇଁଲା ଲୁଟେରା । ଗୋଟିଏ ଦିନରେ ୫ଟି ଛିନତାଇ ମାମଲାରେ ଅଭିଯୁକ୍ତ ଚିହ୍ନଟ । ଖଣ୍ଡଗିରି, ମଞ୍ଚେଶ୍ୱର, ନୟାପଲ୍ଲୀ ଓ ତମାଣ୍ଡୋ ଥାନା ଅଞ୍ଚଳରେ ଲୁଟ୍ କରୁଥିଲା ଲୁଟରା । ଅଭିଯୁକ୍ତ କାଳିଆ ଓରଫ ଲଲାଟ ପଣ୍ଡିତକୁ କାବୁକଲା ଖଣ୍ଡଗିରି ଥାନା ପୋଲିସ । ଭୁବନେଶ୍ୱରରେ ବାଇକ୍‌ରେ ଆସି ଛିନ୍ତାଇ କରୁଥିଲା ଅଭିଯୁକ୍ତ । ମହିଳାଙ୍କ ବେକରୁ ସୁନା ମଙ୍ଗଳସୂତ୍ର ଝାମ୍ପି ନେଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଆହତ ହେଲା ଅଭିଯୁକ୍ତ । ଲୋକେ ପିଛା କରିବାରୁ ଫ୍ଲାଏଓଭରରୁ ଡେଇଁ ପଡ଼ିଲା ଅଭିଯୁକ୍ତ । ପରେ ଆହତ ହେଇ AIIMS ଭୁବନେଶ୍ୱରରେ ଚାଲିଛି ଚିକିତ୍ସା । ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ଗାଁର ୩୧ ବର୍ଷୀୟ ଲଲାଟ ପଣ୍ଡିତ ଓରଫ କାଳିଆ ।

Also Read:- ଛାତ୍ର ସଂସଦ ନିର୍ବାଚନ ପାଇଁ ସରିଲା ନୋମିନେସନ, ସମର୍ଥକଙ୍କ ସହ ପଟୁଆରରେ ଆସି ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ

ଗତ ୫ ତାରିଖ ରାତି ପ୍ରାୟ ୮ଟା ୪୫ରେ ଜାତୀୟ ରାଜପଥ ୧୬ରେ ଏକ ହୋଟେଲ ସମ୍ମୁଖରେ ଛିନତାଇ କରିଥିଲା । ସେହି ଦିନ ସେ ମଞ୍ଚେଶ୍ୱର, ନୟାପଲ୍ଲୀ ଓ ତମାଣ୍ଡୋ ଥାନା ଅଞ୍ଚଳରେ ମଧ୍ୟ ଛିନତାଇ କରିଥିଲା । ଅଭିଯୁକ୍ତ ଠାରୁ ଗୋଟିଏ ପଲସର ବାଇକ୍, ନଗଦ ଟଙ୍କା ଓ ମୋବାଇଲ୍ ଥିବା ଭ୍ୟାନିଟି ବ୍ୟାଗ୍, ପ୍ରାୟ ୩୦ ଗ୍ରାମ ସୁନା ଏବଂ ଗୋଟିଏ ନକଲି ସୁନା ଚେନ୍ ଜବତ ହୋଇଛି । ଏକାକୀ ଏହି ଅପରାଧ ଘଟାଉଥିଲା ଲଲାଟ । ତେବେ ଅଭିଯୁକ୍ତ ଏହି ଛିନତାଇ ସାମଗ୍ରୀ କେଉଁଠି ବିକ୍ରି କରୁଥିଲା, ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ତଦନ୍ତ ଜାରି ରହିଛି । ଅଭିଯୁକ୍ତ ନାଁରେ ପୂର୍ବରୁ ମଧ୍ୟ ଟାଙ୍ଗୀ ଥାନାରେ ଦୁଇଟି ମାମଲା ରହିଛି । ଆଗକୁ ଦଶହରା ଆସୁଥିବାରୁ ପୋଲିସ ପେଶାଦାର ଲୁଟେରାଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି ।

Watch Video: