ମୋହନା ୧୬।୦୬ : ଦୁଇ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା। ଯେଉଁଥିରେ ୩ ଯାତ୍ରୀ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ମେଣ୍ଟିଆମ୍ବ ନିକଟରେ ଏହି ଦୁର୍ଘଟଣା ଘଟିଛି। ଉଭୟ ବସରେ ବସିଥିବା ୫୦ ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ୩ ଜଣ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ବାଳକୁମାରୀ ନାମକ ଘରୋଇ ବସ ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳରୁ ଆସୁଥିବା ବେଳେ ମେଣ୍ଟିଆମ୍ବ ନିକଟରେ ବିପରୀତ ଦିଗରୁ ରାୟଗଡ଼ାରୁ ଆସୁଥିବା ଗିରିଧାରୀ ନାମକ ଘରୋଇ ବସ ସହ ମୁହାଁମୁହିଁ ଧକ୍କା ହୋଇଛି l ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି l

Also Read:-୩ ଜଣଙ୍କୁ ମାରିଥିବା କାର ଚାଳକଙ୍କ ଆତ୍ମସମର୍ପଣ, କହିଲେ- କାଶ ପାଇଁ ଗାଡି ଉପରୁ ନିୟନ୍ତ୍ରଣ ହରାଇଲି