ଯାଜପୁର ୨୪।୧୧ : ଘର ଆଗରେ ବସିଛି ବୋହୂ । ନ୍ୟାୟ ଦାବିରେ ଶାଶୁଘର ସମ୍ମୁଖରେ ବୋହୂଙ୍କ ଧାରଣା। ଘରେ ପୂରାଇ ନଦେବାରୁ ରାସ୍ତା ଉପରେ ବସିଲେ ବୋହୂ। ଯାଜପୁର ଟାଉନ ଥାନା ଅନ୍ତର୍ଗତ ଶୀତଳେଶ୍ୱର ରାସ୍ତାରେ ଏଭଳି ଘଟଣା ଘଟିଛି। ଧାରଣାରେ ବସିଥିବା ମହିଳା ହେଉଛନ୍ତି ଦଶରଥପୁର ବ୍ଲକ କଟିକଟା ଅଞ୍ଚଳର ସରିତା ବେହେରା।

ଖବର ଅନୁଯାୟୀ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ ଦୀର୍ଘ ୫ ବର୍ଷ ହେବ ଅଦାଲତରେ ମାମଲା ଚାଲିଛି। ଏଭଳି ସ୍ଥିତିରେ ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିଲେ ସରିତା। ହେଲେ ତାଙ୍କୁ ଶାଶୁଘରେ ପ୍ରବେଶ କରିବାକୁ ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି। ଫଳରେ ନ୍ୟାୟ ଦାବିରେ ଘର ସମ୍ମୁଖ ରାସ୍ତାରେ ଧାରଣାରେ ବସିଛନ୍ତି।

Also Read:-କର୍ମଚାରୀଙ୍କ ପାଇଁ ଖୁସି ଖବର, UPIରେ PF ବାଲାନ୍ସ ଯାଞ୍ଚ ସହ ଟଙ୍କା ଉଠାଣ

ପାରିବାରିକ ବିବାଦ ଏବେ ରାସ୍ତାକୁ ଆସିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଛି ଯାଜପୁର ଟାଉନ ଥାନା ପୋଲିସ। ଉଭୟ ପକ୍ଷଙ୍କ ସହ ଆଲୋଚନା କରି ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଉଦ୍ୟମ କରୁଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।