ଭୁବନେଶ୍ୱର ୨୪।୧୦ : ମୋଦିଜୀଙ୍କ ଗୁରୁତ୍ୱ ସହରାଞ୍ଚଳର ବିକାଶ । ସହରର ବିକାଶ ଏବେ ଦ୍ରୁତ ଗତିରେ ଆଗକୁ ବଢୁଛି । ଉଦାହରଣ ସ୍ୱରୁପ ଭୁବନେଶ୍ୱରରେ ପ୍ରାୟ ୨୭ ଲକ୍ଷ ବାସିନ୍ଦା ରହିଲେଣି । ଆଖାପାଖର ଗାଁ ଏବେ ଭୁବନେଶ୍ୱରରେ ମିଶିଗଲାଣି । ସହରାଞ୍ଚଳ ଆବାସ ଯୋଜନା ଯୋଗାଇ ଦିଆଯାଉଛି । ୨୮ ମାସ ହୋଇଗଲାଣି ଆମ ଡବଲ୍‌ ଇଞ୍ଜିନକୁ ଓଡ଼ିଶାରେ । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ବନାଯିବ । ଏହାହିଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ । ଆମ ଅର୍ଥନୀତି, ଆବଶ୍ୟକତା ପୂରଣ ଦିଗରେ କାମ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବ । ସହରୀକରଣରେ ଆମେ ଜାତୀୟ ହାରଠାରୁ ପଛରେ ଅଛୁ। ୧୭ ପ୍ରତିଶତ ଅଛି, ଆମେ ୨୦୩୬ ସୁଦ୍ଧା ୪୦ ପ୍ରତିଶତ କରିବା ଆମର ଲକ୍ଷ୍ୟ ରହିଛି । ଆସନ୍ତାକାଲି ମୋଦି ଆସୁଛନ୍ତି। ଆରବିଆଇ ଡାଟା ସେଣ୍ଟର ଉଦଘାଟନ କରିବାକୁ। ସମୃଦ୍ଧ ଓଡ଼ିଶା ଗଠନରେ ଏହା ବଡ ସହଯୋଗ କରିବ। ଜାତୀୟ urban conclave ଅବସରରେ, PM Ebus ସେବା ଶୁଭାରମ୍ଭ ହୋଇଛି। ସହରୀକରଣ ର ବିକାଶ ସହିତ ବିଶ୍ୱସ୍ତରୀୟ ଜୀବନ ଶୈଳୀ ଦେବା କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି।