ଯାଜପୁର ୧୪।୧୦: ରାଜ୍ୟର ଶିଳ୍ପ ଅଭିବୃଦ୍ଧିରେ ନୂଆ ଅଧ୍ୟାୟ । ଯାଜପୁର କଳିଙ୍ଗନଗର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶିଳ୍ପ ପ୍ରକଳ୍ପଗୁଡ଼ିକର ମେଗା ଶିଳାନ୍ୟାସ ଓ ଉଦଘାଟନ ସମାରୋହରେ ସାମିଲ । ଏଥିରେ ମୋଟ୍ ୩୯ ହଜାର ୩୮୩ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ, ଉଦଘାଟନ । ଏଥିରେ ମୋଟ୍ ୧୪ଟି ଜିଲ୍ଲାରେ ୪୬ ପ୍ରକଳ୍ପ ରହିଛି । ଏହାଦ୍ବାରା ରାଜ୍ୟରେ ୪୨ ହଜାର ୫୧୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Also Read:- ପାର୍ବଣ ପୂର୍ବରୁ ସଜାଗ ସୋର ପୋଲିସ, ଅଟକାଇ ଯାଞ୍ଚ କଲା ବାଇକ୍‌ଠୁ କାର୍

କଳିଙ୍ଗନଗରରେ ପହଞ୍ଚି ନିବେଶକ ଓ ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୧୬ଟି ପ୍ରକଳ୍ପର ଭୂମି ପୂଜା ଏବଂ ୩୫ଟି ପ୍ରକଳ୍ପର ଉଦଘାଟନ ସହ ମୋଟ୍ ୧୫୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନରେ ଏହା ସହାୟକ ହେବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି ।

Watch Video: