ସୋର ୧୪।୧୦: ପାର୍ବଣ ପୂର୍ବରୁ ସଜାଗ ସୋର ପୋଲିସ । ବିଳମ୍ବିତ ରାତିରେ ଚାଲିଲା ଜୋରଦାର ଯାନବାହନ ଯାଞ୍ଚ । ରାତି ସାଢ଼େ ୧୧ଟାରୁ ରାତି ୧ଟା ପର୍ଯ୍ୟନ୍ତ ଉତ୍ତରେଶ୍ୱର ଓ କଲେଜ ଛକ ଅଞ୍ଚଳରେ ରୋଡ୍ ବ୍ଲକିଂ କରି ଯାଞ୍ଚ କରିଥିଲା ପୋଲିସ । ମଦ୍ୟପାନ କରି ଗାଡ଼ି ଚାଳନା, ହେଲମେଟ୍ ବ୍ୟବହାର ଏବଂ ଏକ ବାଇକ୍ରେ ତିନିରୁ ଚାରି ଜଣ ବସି ଯାତ୍ରା କରୁଥିବା ଚାଳକଙ୍କ ଉପରେ ରହିଥିଲା ପୋଲିସର କଡ଼ା ନଜର । ସନ୍ଦେହଜନକ କାର୍ ଗୁଡ଼ିକର ଡିକି ଖୋଲି ମଧ୍ୟ ଯାଞ୍ଚ କରିଥିଲା ପୋଲିସ । ତେବେ ଏହି ଯାଞ୍ଚ ଅଭିଯାନ ପରେ ହେଲମେଟ୍ ପିନ୍ଧିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ମଙ୍ଗଳବାର ବିଳମ୍ବିତ ରାତିରେ ସୋର ପୋଲିସ ପକ୍ଷରୁ ଉତ୍ତରେଶ୍ୱର ଓ କଲେଜ ଛକ ଅଞ୍ଚଳରେ ରୋଡ୍ ବ୍ଲକିଂ କରାଯାଇଥିଲା । ରାତି ସାଢ଼େ ୧୧ଟାରୁ ରାତି ୧ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ଯାଞ୍ଚ ଅଭିଯାନ । ଏହି ସମୟରେ ରାସ୍ତା ଦେଇ ଯାଉଥିବା ବାଇକ୍, କାର୍ ଓ ଟ୍ରକ୍ ସମେତ ବିଭିନ୍ନ ଯାନବାହନକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଗାଡ଼ି ଚାଳକ ମଦ୍ୟପାନ କରିଛନ୍ତି କି ନାହିଁ, ହେଲମେଟ୍ ପିନ୍ଧିଛନ୍ତି କି ନାହିଁ ଏବଂ ଗୋଟିଏ ବାଇକ୍‌ରେ ତିନିରୁ ଚାରି ଜଣ ବସି ଯାତ୍ରା କରୁଛନ୍ତି କି ନାହିଁ, ସେନେଇ ଯାଞ୍ଚ କରାଯାଇଥିଲା । ଏହାସହ ସନ୍ଦେହ ହେଉଥିବା କାର୍ ଗୁଡ଼ିକର ଡିକି ଖୋଲି ତନଖି କରିଥିଲା ପୋଲିସ ।

Also Read:- କଲେଜ ନିର୍ବାଚନରେ ଅଯୋଗ୍ୟ ପ୍ରାର୍ଥୀଙ୍କୁ ନେଇ ବିବାଦ, ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ରକ୍ଷା ଓ ସଡ଼କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି । ବିଶେଷକରି ହେଲମେଟ୍ ପିନ୍ଧିବା ସହ ଟ୍ରାଫିକ୍ ନିୟମ ପାଳନ କରିବାକୁ ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ।

Watch Video: