ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଯୁକ୍ତ ଦୁଇ ରେଜଲ୍ଟକୁ ନେଇ  ଗୁରୁତ୍ୱପୂର୍ଣ୍ଣ ସୂଚନା। ମେ ତୃତୀୟ ସପ୍ତାହରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏକ ସାଙ୍ଗରେ ଯୁକ୍ତ ଦୁଇ, କଲା ବାଣିଜ୍ୟ, ବିଜ୍ଞାନ, ଓ ଧନ୍ଦାମୂଳକ ରେଜଲ୍ଟ ବାହାରିବ ବୋଲି କହିଛି CHSE।

ଆଜି ସରିବାର ଥିଲା ଯୁକ୍ତ ଦୁଇ ମୂଲ୍ୟାୟନ। ଗ୍ରୀଷ୍ମ ପ୍ରବାହ ଯୋଗୁ ଦୁଇ ଦିନ ଯୁକ୍ତ ଦୁଇ ଖାତାଦେଖା ବଢିଛି। ଏଥର ମୂଲ୍ୟାୟନ ପାଇ ସଫ୍ଟୱେର ଭିତ୍ତିକ ମୂଲ୍ୟାୟନ ବ୍ୟବସ୍ଥା ଆପଣାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।ଏବର୍ଷରେ ଆଡିସନ୍ ଓ ରିଚେକିଂ ମୁକ୍ତ କରିବାକୁ ପ୍ରଚେଷ୍ଟା କରୁଛି କାଉନସିଲ୍।

also read- ଓଡ଼ିଆ ଚଳଚ୍ଚିତ୍ର ଦିବସ : ୧୦୦ ବର୍ଷ ପୂରିବ, ତଥାପି କାହାର ନିଘା ନାହିଁ... ଖାଲି କାଗଜ କଲମରେ ରହିଗଲା ନୀତି ଓ କଥା

MCQ ଉତ୍ତର ପାଇ ଆନ୍ସର ଲକ୍ ବ୍ୟବସ୍ଥା ହୋଇଛି। ପ୍ରଥମ ଥର ପାଇଁ କମ ମାର୍କ ଥିଲେ ଇମ୍ପ୍ରୋଭମେଣ୍ଟ ପରୀକ୍ଷା ଦେଇପାରିବେ ପରୀକ୍ଷାର୍ଥୀ। ଚଳିତ ବର୍ଷ ବିଭିନ୍ନ ବର୍ଗରେ ପରୀକ୍ଷା ଦେଇଛନ୍ତି ୪ ଲକ୍ଷ ୧ ହଜାର ୬୨୩ ଯୁକ୍ତ ଦୁଇ ପରୀକ୍ଷାର୍ଥୀ। ରାଜ୍ୟର ୧୫୧ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ କାର୍ଯ୍ୟରେ ୧୬,୪୯୪ ମୂଲ୍ୟାୟନକାରୀ ନିୟୋଜିତ ହୋଇଛନ୍ତି। ଏନେଇ CHSE ପକ୍ଷରୁ ସୂଚନା ମିଳିଛି।