ପୁରୀ ୦୬।୦୭ : ବିଶ୍ୱନୟନ୍ତାଙ୍କ ରଥ ଯାତ୍ରା । ଆଉ ମାତ୍ର ୯ ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଆଜି ଶେଷ ରଥ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହେବ।

ସୋମବାର ସକାଳ ୧୦ ଟା ୧୫ ମିନିଟ୍ ରେ ପୁରୀ ଟାଉନ ହଲ ଠାରେ ଅନୁଷ୍ଠିତ ହେବ ବଡ଼ ବୈଠକ। ସମସ୍ତ ବିଭାଗର ଅଧିକାରୀ ମାନେ ରଥଯାତ୍ରା ପାଇଁ କିଭଳି ପ୍ରସ୍ତୁତ ଅଛନ୍ତି ସେନେଇ ବୈଠକରେ ଆଲୋଚନା କରାଯିବ। ଚଳିତବର୍ଷ ପ୍ରାୟ ୧୫ ରୁ ୧୭ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଇଥିବା ବେଳେ ଠାକୁରଙ୍କ ଶୃଙ୍ଖଳିତ ନୀତି କାନ୍ତି, ପହଣ୍ଡି, ରଥଟଣା, ଦର୍ଶନ, ଭକ୍ତଙ୍କ ସୁବିଧା, ସୁରକ୍ଷା ସହ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯିବ। ଏହି ବୈଠକରେ ସମସ୍ତ ବିଭାଗର ସଚିବ, ବରିଷ୍ଠ ଅଧିକାରୀ, ମନ୍ତ୍ରୀ, ଜିଲ୍ଲାପାଳ, ଏସପି, ସେବାୟତ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିବେ।

Also Read:-ଓଡ଼ିଶା ଭିତରେ ଅବପାତ ! ପ୍ରବଳ ବର୍ଷୁଛି, ବିପଦ ଘନଉଛି... ୬ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା