ଭୁବନେଶ୍ବର ୭।୧୨: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍‌ର ଖେଳାଳି । ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଲେ ଉଭୟ ଦଳର ଖେଳାଳି । ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଆସି ପହଞ୍ଚିଲେ ଉଭୟ ଟିମ୍‌ ।

ଭାରତୀୟ କ୍ରିକେଟ ଟିମ୍‌ର କୋଚ୍ ଗୌତମ ଗମ୍ଭୀର ପ୍ରଥମେ ବିମାନ ବନ୍ଦରରୁ ବାହାରିଥିଲେ । ତାଙ୍କ ସହିତ ତିଲକ ବର୍ମା, ଅର୍ସଦୀପ ସିଂ, ହର୍ଶିତ୍ ରାଣା, କୁଲଦୀପ ୟାଦବ, ୱାଶିଂଟନ ସୁନ୍ଦର ଓ ଅନ୍ୟ ଖେଳାଳି ମାନେ ପହଞ୍ଚିଛନ୍ତି । ଖେଳାଳିଙ୍କ ସହ ଅନ୍ୟ କୋଚିଙ୍ଗ ଓ ସପୋର୍ଟ ଷ୍ଟାଫ୍ ବି ପହଞ୍ଚିଛନ୍ତି । ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ୍ ବୁମ୍‌ରା ବି ପହଞ୍ଚି ସାରିଛନ୍ତି । ଦକ୍ଷିଣ ଆଫ୍ରିକାର କୋଚ୍ ଓ ଖେଳାଳି ମାନେ ବି ବିମାନ ବନ୍ଦରରେ ପହଞ୍ଚିଛନ୍ତି ।

​​​​​​​

କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲକୁ ଗଲେ ଉଭୟ ଟିମ୍ । ହୋଟେଲରେ ଉଭୟ ଦଳର ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଡିସେମ୍ବର ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ।

​​​​​​​