୨୪।୧୧ : ବିଦ୍ୟାଳୟରେ ଛାତ୍ରଙ୍କୁ ଶିକ୍ଷକଙ୍କ ମାଡ଼ ଅଭିଯୋଗ । ଚତୁର୍ଥ ଶ୍ରେଣୀର ଛାତ୍ର ଗୁରୁତର ଆହତ । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି । ଜଣେ ଛାତ୍ରଙ୍କୁ ଶିକ୍ଷକ ମାଡ଼ ମାରୁଥିବାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।

ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କଲରାପାଳ ପ୍ରାଥମିକ ବିଦ୍ୟାଳୟର ଘଟଣା । ଏହି ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି ଛାତ୍ର ସତ୍ୟସାଇ ବେହେରା । ଅଭିଯୋଗ ଅନୁସାରେ, ଗତକାଲି ସ୍କୁଲରେ ଖେଳ ଛୁଟି ସମୟରେ କୌଣସି କାରଣକୁ ନେଇ ଦୁଇ ଛାତ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ଘଟଣା ଜାଣିବା ପରେ ଶିକ୍ଷକ ସନ୍ୟାସୀ ସାମଳ ଉତ୍କ୍ଷିପ୍ତ ହୋଇ କୌଣସି କଥା ନବୁଝି ସତ୍ୟସାଇଙ୍କୁ ବାଡ଼ିରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

Also Read:-ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟାକୁ ଆସି ହଟହଟା, ଘରେ ପୂରାଇଲେନି ଶାଶୁଘର ଲୋକ

ସେପଟେ ଏନେଇ ଛାତ୍ରଙ୍କ ମା’ ସୁନିତା ବେହେରା ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଛାତ୍ରଙ୍କ ଘର ଚକସମସରପୁର ଗାଁରେ । ଆହତ ଅବସ୍ଥାରେ ସେ ଏବେ ଖଇରା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।