ଭୁବନେଶ୍ଵର: ଭୁବନେଶ୍ଵରର ପ୍ରତିଷ୍ଠିତ କଲେଜ ବିଜେବି କଲେଜରେ ଗୋଷ୍ଠୀ ସଂଘର୍ଷ। ଦୁଇ ଛାତ୍ର ଗୋଷ୍ଠୀରେ ମଧ୍ୟରେ ଗଣ୍ଡଗୋଳ। ଏପରିକି ପ୍ରିନ୍ସିପାଲଙ୍କ ଚାମ୍ବର ମଧ୍ୟରେ ମାରପିଟ ହୋଇଥିବା ସୂଚନା ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣରେ ଏକାଧିକ ଛାତ୍ର ଆହତ ହୋଇଛନ୍ତି। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାରେ ବଡଗଡ ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି। କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ ହୋଇଥିବା କୁହାଯାଉଛି।

ସୂଚନା ଅନୁସାରେ, ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କମେଣ୍ଟ ମରାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଉଭୟ ପକ୍ଷକୁ ପ୍ରିନ୍ସପାଲଙ୍କ ଚାମ୍ବରକୁ ଡକାଯାଇଥିଲା। କିନ୍ତୁ ଆଲୋଚନା ଚାଲିଥିବା ସମୟରେ ହଠାତ୍ କିଛି ଛାତ୍ର ମାରଣାସ୍ତ୍ର ନେଇ ଚାମ୍ବର ଭିତରକୁ ପଶି ଆକ୍ରମଣ କରିଥିଲେ। ସଂଘର୍ଷରେ ଅନେକ ଛାତ୍ର ଆହତ ହୋଇଛନ୍ତି। ଗୁରୁତର ଛାତ୍ରଙ୍କୁ ଉଦ୍ଧାର କରି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି। ଘଟଣା ପରେ କଲେଜ ପରିସରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। 

Also Read: ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ, ଧରାନପଡ଼ିବାକୁ ମୁହଁକୁ ପଥରରେ ଛେଚି ଦେଲେ ଦୁର୍ବୃତ୍ତ 

​​​​​​​ସୂଚନାଯୋଗ୍ୟ, ଛାତ୍ର ଅଶାନ୍ତ, ଗୋଷ୍ଠୀ ସଂଘର୍ଷ, ମାରପିଟ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହି ଆସିଛି ବିଜେବି କଲେଜ। ଏଠାରେ  ଗୋଷ୍ଠୀ ସଂଘର୍ଷ କିଛି ନୂଆ କଥା ନୁହେଁ। ଅତୀତରେ କଲେଜ୍ ନିର୍ବାଚନକୁ ନେଇ କଲେଜ ଅନେକ  ଥର ଅଶାନ୍ତ ହୋଇ ଉଠିଛି। ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ଉପୁଜିଛି