ପାଟନା, ୨୪।୧୧ : ଭୟଙ୍କର ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ସ୍କର୍ପିଓ । ଜୀବନ ହାରିଲେ ୫ ଯାତ୍ରୀ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବିହାରର ଲଖିସରାୟ ଜିଲ୍ଲାରେ । ଜିଲ୍ଲାର ତେତରହାଟ ଥାନା ଅଞ୍ଚଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ସ୍କର୍ପିଓରେ ସମସ୍ତ ଯାତ୍ରୀ ବିହାରର ମୋତିହାରୀରୁ ଝଡଖଣ୍ଡର ଦେବଘର ଅଭିମୁଖେ ଯାତ୍ରା କରୁଥିଲେ । କିନ୍ତୁ ଲଖିସରାୟ-ଜମୁଇ ରାଜପଥରେ ସେମାନଙ୍କ ଗାଡି ଏକ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓଟି ଚୁରମାର ହୋଇଯାଇଥିଲା । ଏଥିରେ ୫ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କ ମଧ୍ୟରେ କିଛି ଶିଶୁ ଥିବା ଜଣା ପଡିଛି ।

Also Read :- ପ୍ରେମିକାକୁ ହତ୍ୟା କଲା ଇଞ୍ଜିନିୟର ପ୍ରେମିକ : ରାତି ସାରା ମୃତଦେହକୁ ଜଗି ବସିଲା, ସକାଳେ ପୋଲିସକୁ ନିଜେ ଡାକିଲା

ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଦେଇଥିଲେ । ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା । ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା । ହସ୍ପିଟାଲରେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।

ଥାନା ଅଧିକାରୀଙ୍କ କହିବାନୁସାରେ, ସେମାନଙ୍କୁ ଦୁର୍ଘଟଣା ବାବଦରେ ଖବର ମିଳିଥିଲା । ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା । କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ଜଣା ପଡିନାହିଁ । ତେବେ ମୃତାହତଙ୍କ ପରିଚୟ ମିଳିପାରିନାହିଁ । ସେମାନଙ୍କ ପରିଚୟ ମିଳିଲା ପରେ ପରିବାର ଲୋକଙ୍କୁ ଖବର ଦିଆଯିବ ବୋଲି ଥାନାଧିକାରୀ କହିଛନ୍ତି ।