ଭୁବନେଶ୍ୱର ୨୧।୦୫ : ଜେଲରେ ପ୍ରେମ । ସେ ପୁଣି ଜଣେ ହତ୍ୟା ମାମଲାର ଅଭିଯୁକ୍ତକୁ। ଜେଲରୁ ବାହାରିବା ପରେ ଉଭୟ ଲିଭ-ଇନରେ ରହିଲେ। ଏବେ ପୁଣି କଥା ଯାଇଛି ଥାନାକୁ। ପୋଲିସ ମାମାଲା ରୁଜୁ କରି କରୁଛି ତଦନ୍ତ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ। ପୁରା ଘଟଣା ଥିଲା କିଛି ଏଭଳି। ଆପଣଙ୍କର ମନେ ଥିବ ଗତ ବର୍ଷ ରାକ୍ଷୀ ପୂଣ୍ଣମୀରେ ଘଟିଥିଲା ଏକ ଦୁଃଖଦ ଘଟଣା। ଥର ଏବଂ ବୋଲେରୋ ରେସରେ ଚାଲିଯାଇଥିଲା ଦୁଇଟି ଜୀବନ। ସେହି ମାମଲାରେ ଥିବା ଜଣେ ଅଭିଯୁକ୍ତକୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରି ପଠାଇଥିଲା ଝାରପଡା ଜେଲକୁ। ସେହି ସମୟରେ ସେଠାରେ ପୂର୍ବରୁ ଏକ ଗଣ୍ଡଗୋଳ ମାମଲାରେ ଜେଲରେ ଥିଲେ ଜଣେ ବିଟେକ୍ ଛାତ୍ରୀ। ଯାହାକୁ ରୁମେଣ୍ଟ ସହ ମାରପିଟ ମାମଲାରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରି ଜେଲ ହାଜତକୁ ପଠାଇଥିଲେ।

Also Read:-Sex Racket Busted : ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍, କିଙ୍ଗପିନ୍ ସାଜିଥିଲେ ଜଣେ ବୃଦ୍ଧା

ସେଠାରେ ରହିବା ଭିତରେ ହତ୍ୟା ମାମଲାର ଅଭିଯୁକ୍ତ ସହ ପ୍ରେମ ହୋଇଯାଇଥିଲା ଯୁବତୀଙ୍କର। ଜେଲରୁ ଆରମ୍ଭ ହୋଇଥିବା ପ୍ରେମ ଜେଲରୁ ବାହାରିବା ପରେ ମଧ୍ୟ ଚାଲିଲା। ଜେଲରୁ ବାହାରିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ଧିରେ ଧିରେ ବଢିବାକୁ ଲାଗିଲା। ଉଭୟ ଲିଭ-ଇନରେ ରହିବାକୁ ଆରମ୍ଭ କଲେ। ଏହା ଭିତରେ ଯୁବତୀ ନିଜ ଘରକୁ ଚାଲିଯାଇଥିଲେ। ଯୁବକ ଜଣଙ୍କ ତାଙ୍କୁ ଏତେ ପ୍ରେମ କରୁଥିଲେ ଯେ, ଯୁବତୀଙ୍କ ଘରକୁ ଯାଇ ତାଙ୍କ ମାଙ୍କ ସହ କଥା ହୋଇ ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ପୁଣି ଲିଭ-ଇନରେ ରହିଲେ। ଲିଭଇନରେ ରହିବା ସମୟରେ ଯୁବତୀ ଜଣକ ଗର୍ଭପାତ ମଧ୍ୟ କରାଯାଇଛି। ହେଲେ ଜେଲ ପ୍ରେମ ରହିଲାନି ବହୁତ ଦିନ। ଛଅ ମାସ ପ୍ରେମ ଏବେ ପହଞ୍ଚିଛି ମହିଳା ଥାନାରେ।

ମହିଳା ଥାନାରେ ଗତ ୧୯ ତାରିଖରେ ଯୁବତୀ କରିଛନ୍ତି ଅଭିଯୋଗ। କହିଛନ୍ତି ଯେ, ଯୁବକ ଜଣକ ବର୍ତ୍ତମାନ ତାଙ୍କୁ ମାରପିଟ୍ କରିବା ସହ ଅନ୍ୟ ଯୁବତୀମାନଙ୍କ ସହ ସମ୍ପର୍କ ରଖିଛନ୍ତି। ଏଭଳିକି ଯୁବତୀଙ୍କୁ ସେ ବାଧ୍ୟ କରୁଛନ୍ତି ଯେ, ତାଙ୍କ ସାଙ୍ଗ ମାନଙ୍କ ସହ ସମ୍ପର୍କ ରଖିବାକୁ। ମନା କଲେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଲି ଗୁଲଜ କରିବା ସହ ମାରପିଟ୍ ମଧ୍ୟ କରୁଛନ୍ତି। ଯୁବକ ଜଣକ ତାଙ୍କ ସାଙ୍ଗମାନଙ୍କ ସହ କୋଲକାତା ଯାଇ ଅନ୍ୟ ଝିଅମାନଙ୍କ ସହ ସମ୍ପର୍କ ରଖୁଛନ୍ତି। ଯାହାର ଭିଡିଓ କରି ଯୁବତୀଙ୍କୁ ଦେଖାଉଛନ୍ତି। ଅଭିଯୋଗ ପରେ ପୋଲିସ ମାମାଲା ରୁଜୁ କରି ଘଟଣାର ତଦନ୍ତ କରୁଛି।