ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କେଉଁଠି ବିଜୁଳି ମାରିଥିବା ବେଳେ ଆଉ କେଉଁଠି ହୋର୍ଡିଂ ଖସି ପଡ଼ିଛି। ନୀଳାଦ୍ରି ବିହାର ସୋମନାଥ ବସ୍ତିରେ ଅଘଟଣ। ଘର ଉପରେ ବଜ୍ରପାତ ହୋଇଛି। ଏହା ସହିତ ବଜ୍ରପାତରେ ଘର ଛପର ଉଡି ଯାଇଛି। ବଜ୍ରପାତରେ ଗୋଟିଏ ପରିବାରର ତିନିଜଣ ଜଳି ଯାଇଛନ୍ତି। ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସର ତଦନ୍ତ ଆରମ୍ଭ।

କାଳ ବୈଶାଖୀରେ ଭାଙ୍ଗିଗଲା ବିଶାଳକାୟ ଲୁହା ହୋର୍ଡିଂ ଷ୍ଟ୍ରକଚର । ଅଳ୍ପେକେ ବର୍ତ୍ତିଲେ ଲୋକ । ହୋର୍ଡିଂ ତଳେ ଚାପି ହେଇ ଭାଙ୍ଗିଲା କାର ଏବଂ ଦୁଇଟି ବାଇକ୍ । ଏମିତି ଭୟଙ୍କର ଘଟଣା ଘଟିଛି ଓଲ୍ଡ ଷ୍ଟେସନ ବଜାର ଦୁର୍ଗା ପୂଜା ମଣ୍ଡପ ସାମ୍ନାରେ । ନିର୍ମାଣାଧୀନ ଅବସ୍ଥାରେ ଥିବା ବେଳେ ଆଜି ସନ୍ଧ୍ୟାର ବର୍ଷା ପବନରେ ଏହି ଲୁହା ହୋଡ଼ିଂ ଷ୍ଟ୍ରକଚର ଭାଙ୍ଗି ଯାଇଛି । କୌଣସି କ୍ଷତି କ୍ଷତି ହୋଇନଥିବା ସୂଚନା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ମୁତୟନ ଅଛି ।

Also Read: ଜିତୁ ମୁଣ୍ଡାଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ଦେଲେ ଫିଜିକ୍ସ ଓ୍ବାଲାହ ପ୍ରତିଷ୍ଠାତା