ଭୁବନେଶ୍ୱର ୨୩।୦୯ : ବିଳମ୍ବିତ ରାତିରେ ଦୁର୍ଘଟଣା । ଯାଜପୁର ଯାଉଥିବା ଟ୍ରକ ଅଧାରାସ୍ତାରେ ଓଲଟିଲା । ଯାହାଫଳରେ ସେହି ରାସ୍ତାରେ ଯିବା ଆସିବାରେ ଅସୁବିଧା ହୋଇଥିଲା । ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

ଖବର ଅନୁଯାୟୀ, ଆନ୍ଧ୍ରପ୍ରଦେଶରୁ ଯାଜପୁର ଯାଉଥିଲା ଏକ କଦଳୀ ବୋଝେଇ ଟ୍ରକ ।  ସାମ୍ବାରେ ଥିବା ଏକ ପିକଅପ୍‌ ଭ୍ୟାନ୍‌ ହଠାତ୍‌ ବ୍ରେକ ମାରିବାରୁ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ରାସ୍ତା ଉପରେ ବିଛାଡି ହୋଇପଡିଯାଇଥିଲା କଦଳୀ । ତେବେ କଦଳୀ ବୋଝେଇ ଟ୍ରକ ଓଲଟିବାରୁ ଦୀର୍ଘ ସମୟ ଧରି ଉକ୍ତ ରାସ୍ତାରେ ଯିବାଆସିବା ଠପ୍‌ ରହିଥିଲା । ପ୍ରାୟ ୩ ଘଣ୍ଟା ଧରି ରାସ୍ତାରେ ଯିବାଆସିବା ବନ୍ଦ ରହିବା ପରେ ପହଞ୍ଚିଥିଲା ପୋଲିସ । ଅକ୍ଲାନ୍ତ ପରିଶ୍ରମ ଏବଂ କ୍ରେନ୍‌ ସହାୟତାରେ ଟ୍ରକକୁ ରାସ୍ତାରୁ ହଟାଇଥିଲା ପୋଲିସ ।

Also Read:-ଅଧା ଦେଶ ଶୁଖିଲା : ବର୍ଷା ଋତୁରେ ୧୫% କମ୍ ବର୍ଷିଛି, ଆନ୍ଧ୍ର-ପଞ୍ଜାବ-ବିହାର ସବୁଠି ଫାଟିଲାଣି ମାଟି

ତେବେ ଦୀର୍ଘ  ୩ ଘଣ୍ଟା ଧରି ରାସ୍ତା ବନ୍ଦ ରହିବାଥିବାରୁ ଅନେକ ଲୋକ ଗାଡ଼ି ଅଟକି ରହିଥିଲେ । ରାସ୍ତା ଫିଟିବା ପରେ ଧୀରେ ଧୀରେ ବନ୍ଦ ହୋଇଥିବା ରାସ୍ତା ଫିଟିଥିଲା । ଲୋକଙ୍କ ଯିବାଆସିବାରେ କୌଣସି ଅସୁବିଧା ହୋଇନଥିଲା ।