ବାଲେଶ୍ବର: ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଶୋଭାରାମପୁର ଓଭରବ୍ରିଜ୍ ନିକଟରୁ ୨୫୬ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସହଦେଵଖୁଣ୍ଟା ପୋଲିସ।

ସୂଚନା ଅନୁସାରେ, ସୋମବାର ପୋଲିସର ଏକ ପାଟ୍ରୋଲିଂ ଟିମ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶୋଭାରାମପୁର ଓଭରବ୍ରିଜ୍ ନିକଟ ରେଳଲାଇନ୍ ପାଖରେ ଥିବା ଏକ ଧଳା ରଙ୍ଗର ମାରୁତି ସୁଜୁକି ସ୍ୱିଫ୍ଟ କାର୍ ଉପରେ ଚଢ଼ାଉ କରିଥିଲା। ତେବେ ପୋଲିସକୁ ଦେଖି ଗାଡ଼ିରେ ଥିବା ତିନି ଜଣ ବ୍ୟକ୍ତି ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ଗୋଡ଼ାଇ କାବୁ କରିଥିଲା।

Also Read: ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, ଜେଲ ପାଇଖାନାରୁ ମୃତଦେହ ଉଦ୍ଧାର

ଗିରଫ ଅଭିଯୁକ୍ତମାନେ ହେଲେ -ସଞ୍ଜୟ ସ୍ୱାଇଁ ,ବିଜୟ ପଟ୍ଟନାୟକ ଜେନାମଣି, ଚନ୍ଦ୍ରମାଧବ କେଶରୀ ବଳବନ୍ତରାୟଙ୍କୁ ଗିରଫ କରାଯାଇଛି । ଏହା ସହିତ ଘଟଣାସ୍ଥଳରୁ ଗୋଟିଏ ସ୍ୱିଫ୍ଟ କାର୍ ଏବଂ ତିନୋଟି ମୋବାଇଲ୍ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଜେନାମଣି ଚନ୍ଦ୍ରମାଧବ କେଶରୀ ବଳବନ୍ତରାୟଙ୍କ ନାଁରେ ପୂର୍ବରୁ ବିରିଡ଼ି ଥାନାରେ ଏକାଧିକ ଅପରାଧିକ ଏବଂ NDPS ମାମଲା ରହିଥିବା ପୋଲିସ ସୂଚନା ଦେଇଛି। ତେବେ ଦିନକୁ ଦିନ ବାଲେଶ୍ୱରରେ ଅବାଧରେ ଧଳା ଜହର ମିଳିବା ଚିନ୍ତାର କାରଣ ପାଲଟିଛି।