ଢେଙ୍କାନାଳ: ଢେଙ୍କାନାଳର ଶୈବ ପୀଠ କପିଳାଶରୁ ଫେରୁଥିବା ଯୁବକ ଯୁବତୀଙ୍କୁ ଅସଦାଚରଣ ଏବଂ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣା ଏବେ ମହଙ୍ଗା ପଡ଼ିଛି । ଏହି ସମ୍ପର୍କରେ ଚୌଦାର ଥାନାରେ ଗତ ୧୯ ତାରିଖରେ ହୋଇଥିବା ଅଭିଯୋଗ ଅନୁସାରେ ପୋଲିସ ଆକ୍ସନ ନେଇଛି।

ଚୌଦ୍ୱାର ଥାନାରୁ ଢେଙ୍କାନାଳ ଗଁନ୍ଦିଆ ଥାନାକୁ ମାମଲାର ତଦନ୍ତ ସ୍ଥାନାନ୍ତରିତ ପରେ ଗଁନ୍ଦିଆ ଥାନା ପୋଲିସ ଆକ୍ସନ ମୁଡକୁ ଆସିଛି। ଏପରିକି ଭାଇରାଲ ଭିଡିଓକୁ ଆଧାର କରି ଭିଡିଓ ଉତ୍ତୋଳନ କରିବା ଓ ଯୁବକ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ୩ ଜଣ, ଗଁନ୍ଦିଆ ଥାନା ଅଂଚଳର ଶୋରିଶିଆ ପଦା ପଂଚାୟତର ବଣିଆ ଗ୍ରାମର ସରୋଜ ନାୟକ , ସମୀର ନାୟକ ଓ ମନ୍ଦାର ପଂଚାୟତ ରାୟପୁର ଗ୍ରାମର ସଂଗ୍ରାମ ରଥଙ୍କୁ ଅଟକ ରଖି ପଚରାଉଚରା କରୁଛି।

Also Read: ତୀର୍ଥଯାତ୍ରୀ ବସକୁ ପିଟିଲା ଆଉ ଏକ ବସ, ୨୦ ଆହତ

ସୂଚନାଥାଉକି, ଗତ ୧୮ ତାରିଖରେ କଟକର ଦୁଇଜଣ ଯୁବକ ଯୁବତୀ କପିଳାଶ ଆସି ଦେଓଗାଁ- ଟାଙ୍ଗି ରାସ୍ତାରେ ବାଇକ ଯୋଗେ ଫେରୁଥିଲେ। ତେବେ ଶୋରିଶିଆ ପଦା ଭଙ୍ଗାରଗଡ଼ା ନିକଟରେ ଏହି ଯୁବକ ଯୁବତୀଙ୍କୁ କିଛି ଯୁବକ ଅସଦାଚରଣ ଓ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଭିଡିଓ ଭାଇରାଲ ହେଉଥିବା ଜାଣିବା ପରେ ଚୌଦ୍ୱାର ଠାରେ ସେମାନେ ଅଭିଯୋଗ କରିଥିଲେ ।