ଚିତ୍ରକୋଣ୍ଡା ୧।୧୧: ଚଳିତ ବର୍ଷର ପ୍ରଥମ ଥର ପାଇଁ ବାଲିମେଳା ଜଳଭଣ୍ଡାରରୁ ଜଳ ନିଷ୍କାସନ । ଆଗାମୀ ମୁରାସୁ ବାତ୍ୟାଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ ପାଇଁ ଏଭଳି ନିଷ୍ପତ୍ତି ନେଇଛି ବାଲିମେଳା ମାଟି ବନ୍ଧ ଯୋଜନା କର୍ତ୍ତୃପକ୍ଷ ।

ସୂଚନା ଅନୁଯାୟୀ, ଜଳଭଣ୍ଡାରର ଗେଟ୍ ଖୋଲାଯାଇ ପ୍ରତି ସେକେଣ୍ଡରେ ପ୍ରାୟ ୬ ହଜାର କ୍ୟୁସେକ୍ ଜଳ ନିଷ୍କାସନ କରାଯିବ । ଆଗାମୀ ଦିନରେ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଜଳଭଣ୍ଡାରରେ ଅତିରିକ୍ତ ଜଳ ସଂରକ୍ଷଣକୁ ଏଡ଼ାଇବା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ।

​​​​​​​Also Read:- ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ ଆକ୍ସନ, ବାଲେଶ୍ୱରରୁ ଫେରାର ଅଭିଯୁକ୍ତ ଗିରଫ

ତେବେ ଜଳ ନିଷ୍କାସନ ସମୟରେ ନଦୀ ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ଡାକବାଜି ଯନ୍ତ୍ର ମାଧ୍ଯମରେ ପରାମର୍ଶ ଦିଆଯାଇଛି । ଆଗାମୀ ବର୍ଷାକୁ ଆଖି ଆଗରେ ରଖି ବାଲିମେଳା ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପ କେତେଦୂର ଜଳ ପରିଚାଳନାରେ ସହାୟକ ହେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।