ବଲାଙ୍ଗିର: ବ୍ଲକ ଅଧ୍ୟକ୍ଷଙ୍କ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପ୍ରତିବାଦସ୍ଵରୂପ ବଲାଙ୍ଗିର ୨୬ ନମ୍ବର ଜାତୀୟ ରାଜପଥ ଛୁଇବନ୍ଧ ଛକରେ ଲୋକେ ରାସ୍ତା ରୋକ କରିଛନ୍ତି। କ୍ଷତିପୂରଣ ଦାବି ସହ ଡ୍ରାଇଭର ଓ ବ୍ଲକ ଅଧକ୍ଷଙ୍କ ଗିରଫ ଦାବି କରିଛନ୍ତି ଉତ୍ତ୍ୟକ୍ତ ଜନତା। ଟାୟାର ଜାଳି ରାସ୍ତା ଅବରୋଧ କରି ଆନ୍ଦୋଳନରେ ବସିଛନ୍ତି ପେଇବାର ଲୋକ ଓ ସ୍ଥାନୀୟ ଗ୍ରାମବାସୀ।

ସୂଚନା ଅନୁଯାୟୀ, ମୃତକ ଯୁବକ ହେଲେ ବଲାଙ୍ଗିର ସାଉଁନ୍ତ ପୁରର ରଘୁ ନନ୍ଦ। ତାଙ୍କ ନିଜ ଘର ବରଗଡ଼ ଜିଲ୍ଲା ହୋଇଥିବା ବେଳେ ସେ ବଲାଙ୍ଗିର ସମ୍ପର୍କିୟଙ୍କ ଘରେ ରହିଥିଲେ। ଯୁବକ ଜଣକ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ବେଳେ କାମ ସାରି ଫେରିବା ବେଳେ ଏହି ଦୁର୍ଘଟଣାରେ ତାଙ୍କ ଜୀବନ ଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଶିବତଲା ଛକ ନିକଟରେ ବାଇକରେ ଯାଉଥିବା ବେଳେ ଯୁବକକୁ ବଲାଙ୍ଗୀର ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ ଙ୍କ ଗାଡି ଦେଇଥିଲା ଧକ୍କା।

Also Read: ୩ ପୁଅ ଥାଇ ବି ୧୦୨ ବର୍ଷର ମାଆ ଅସହାୟ, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

କାର ଧକ୍କା ଦେବା ପରେ ରାସ୍ତା କଡରେ ଥିବା ଏକ ଗଛରେ ପିଟିହୋଇଯାଇଥିଲା l ପରେ ସ୍ଥାନୀୟ ଲୋକେ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ l ତୁରନ୍ତ ବାଇକ ଚାଲାକକୁ ଘଟଣା ସ୍ଥଳରୁ ଉଦ୍ଧାର କରି ତରଭା ମେଡିକାଲରେ ଭର୍ତ୍ତି କରିଥିଲେ l ପରେ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ।