ପୁରୀ ୧୪।୦୧ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ଭିତର କାଠ ନିକଟରେ ରକ୍ତଛିଟା ପଡ଼ିଥିବାରୁ ଠାକୁରଙ୍କ ବଡ଼ ମହାସ୍ନାନ। ବଡ଼ ମହାସ୍ନାନ ନୀତି ଯୋଗୁଁ ଦେଢ଼ ଘଣ୍ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବଡ ମହାସ୍ନାନ ନୀତି ପରେ ହେବ ଗୋପାଳ ବଲ୍ଲଭ ନୀତି।

ଖବର ଅନୁଯାୟୀ, ଆଜି ମକର ସଂକ୍ରାନ୍ତି । ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ପ୍ରବଳ ଭିଡ଼ । ଏହି ସମୟରେ ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ପଡ଼ିଥିବାର ଦେଖିଥିଲେ ସେବାୟକ । ଏହାପରେ ତୁରନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଏହି ସମୟରେ ବଡ଼ଠାକୁରଙ୍କ ବଡ଼ ମହାସ୍ନାନ ହୋଇଥିଲା । ଯାହାଫଳରେ କିଛି ସମୟ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଥିଲା ।ସେପଟେ ମକାର ସଂକ୍ରାନ୍ତି ଲାଗି ପୁରୀରେ ପ୍ରବଳ ଭିଡ଼ ଲାଗିରହିଛି । ଯାହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।