ବାଲେଶ୍ୱର, ୧୬/୧୦ : ବାଲେଶ୍ୱର ବାଲିଘାଟ ଓଭରବ୍ରିଜ୍ ନିକଟରେ ଅଭାବନୀୟ ଘଟଣା। ଜଣେ ଅଟୋ ଚାଳକଙ୍କୁ ପଥରରେ ଛେଚି ମରଣାନ୍ତକ ଆକ୍ରମଣ କରାଯାଇଛି ।ଏହା ସହ ତାଙ୍କ ଅଟୋ ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଜଣକ ହେଉଛନ୍ତି ହଳଦିପଦା ଅଞ୍ଚଳର ରବୀନ୍ଦ୍ର ବାରିକ।

ରବୀନ୍ଦ୍ର ପ୍ରତିଦିନ ବାଲେଶ୍ୱର ସହରରେ ଅଟୋ ଚଳାନ୍ତି।ରାତିରେ ଅଟୋ ନେଇ ଘରକୁ ଫେରନ୍ତି। ଗୁରୁବାର ବିଳମ୍ବିତ ରାତିରେ ଅଟୋ ନେଇ ଯାଉଥିବା ବେଳେ ବାଲିଘାଟ ଓଭରବ୍ରିଜ୍ ତଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ପଥରରେ ତାଙ୍କୁ ନିର୍ମମ ଭାବେ ଛେଚି ହତ୍ୟା ଉଦ୍ୟମ କରିବା ପରେ ଘଟଣାସ୍ଥଳରୁ ଅଟୋ ନେଇ ଚମ୍ପଟ ମାରିଥିଲେ।

Also Read :- ଗଣ୍ଡଗୋଳ, ସସପେନ୍ସ ଓ ସେଲିବ୍ରେସନରେ ସରିଲା କଲେଜ୍ ଇଲେକ୍ସନ : ଅଧିକାଂଶ କ୍ୟାମ୍ପସରେ ABVP ବନାମ BCJD

ପରିବାର ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ କଟକ ବଡ଼ ଡାକ୍ତରଖାନା (SCB)କୁ ସ୍ଥାନାନ୍ତର କରାଯାଇଛି। ଏନେଇ ବାଲେଶ୍ୱର ଟାଉନ୍ ଥାନା ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।