ଭୁବନେଶ୍ୱର, ୧୬/୧୦ : ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶାର ଉପକୂଳ ଅଞ୍ଚଳରେ ବର୍ଷା ହେବ। ୨୨ରୁ ୨୮ ତାରିଖ ଭିତରେ ଦେଶର ପୂର୍ବ ଉପକୂଳର ବିସ୍ତୃତ ଅଞ୍ଚଳରେ ଭଲ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ ( IMD )ର ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ ଦିଆଯାଇଛି ।

ଆଇଏମଡି ପକ୍ଷରୁ ଆକଳନ କରି କୁହାଯାଇଛି, ୧୫ରୁ ୨୧ ତାରିଖ ଭିତରେ ଓଡ଼ିଶାରେ ବର୍ଷା ନେଇ କୌଣସି ସୂଚନା ନାହିଁ । ଏହି ସମୟରେ ଦେଶରେ ମଧ୍ୟ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ।

Also Read :- ଉତ୍କଳ ବିଶ୍ୱ ବିଦ୍ୟାଳୟରେ ବାଜି ମାରିଲା ABVP :ଦ୍ୱିତୀୟରେ ଛାତ୍ର କଂଗ୍ରେସ, ତୃତୀୟକୁ ଖସିଲା ବିସିଜେଡି

୨୨ରୁ ୨୮ ତାରିଖ ଭିତରେ ଓଡ଼ିଶାରେ ବର୍ଷା ସମ୍ଭାବନା ଥିଲେ ବି ଦେଶର ପୂର୍ବ ଭାଗରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛି।