ନୂଆଦିଲ୍ଲୀ, ୦୭/୦୯ : ଭୟଙ୍କର ବିମାନ ଦୁର୍ଘଟଣା । ରନ ଓ୍ୱେରେ ହିଁ ହୁତୁହୁତୁ ହୋଇ ଜଳିଗଲା କାର୍ଗୋ ବିମାନ । ଆମେରିକାର ଫ୍ଲୋରିଡା ସ୍ଥିତ ମିଆମି ବିମାନବନ୍ଦରରେ ଏପରି ଅଘଟଣ ଘଟିଛି । ରନ୍ ଓ୍ୱେ ନିକଟରେ ଏକ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ରନ୍ ଓ୍ୱେ ନିକଟରେ ଆମାଜାନର ଏକ କାର୍ଗୋ ବିମାନ ଦୁର୍ଘଟଣାର ଶିକାର ହୋଇଛି । ଏହା ଏତେ ଭୟଙ୍କର ଥିଲା ଯେ କିଛି ସମୟ ମଧ୍ୟରେ ଚାରିଆଡେ ଧୂଆଁ ଖେଳିଯାଇଥିଲା । ଅଘଟଣରେ ଏବେସୁଦ୍ଧା ୫ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।

Also Read :- ମାଟିରେ ମିଶିବ ଇସ୍ରାଏଲ ! ଚାରିପଟୁ ଘେରିଗଲେ ୪ ଆତଙ୍କବାଦୀ ସଙ୍ଗଠନ, କରିବେ ପ୍ରଚଣ୍ଡ ଆକ୍ରମଣ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବିମାନଟି ରନ୍ ଓ୍ୱେରୁ ଆଗକୁ ଚାଲିଯାଇଥିଲା । ଫଳରେ ଏହା କ୍ରାଶ୍ ହୋଇଥିଲା । ବିମାନଟି ସେଠାରେ ଥିବା ଅନେକ ଗାଡିକୁ ମଧ୍ୟ ଧକ୍କା ଦେଇଥିଲା । ଘଟଣା ପରେ ବିମନବନ୍ଦରକୁ ବନ୍ଦ କରି ଦିଆଯାଇଛି । ଉଡାଣ ଏବଂ ଅବତରଣ ଉପରେ ରୋକ୍ ଲାଗିଛି ।

ଖବର ପାଇ ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଥିଲେ । କିନ୍ତୁ କେଉଁ କାରଣରୁ ବିମାନଟି ଆଗକୁ ଚାଲି ଯାଇଥିଲା ତାହା ଜଣା ପଡି ନାହିଁ । ଅଧିକାରୀଙ୍କ କହିବାନୁସାରେ, ରବିବାର ସ୍ଥାନୀୟ ସମୟ ୨ଟାରେ ବିମାନଟି କ୍ରାଶ୍ କରିଛି । ଏହା ତିନି ନମ୍ବର ରନ୍ ଓ୍ୱେକୁ ଅତିକ୍ରମ କରି ଅଟକି ଯାଇଥିଲା । ଫଳରେ ନିଆଁ ଲାଗିଯାଇଥିଲା । ଆମେରିକାର ଫେଡେରାଲ ଆଭିଏସନ ଦୁର୍ଘଟଣାର ତଦନ୍ତ ଭାର ନେଇଥିବା ଏୟାରପୋର୍ଟ ଅଧିକାରୀ ପ୍ରକାଶ କରିଛନ୍ତି ।