ଠାକୁରମୁଣ୍ଡା,୦୭/୦୮ଠାକୁରମୁଣ୍ଡା ବ୍ଳକ ଯିବା ରାସ୍ତାରେ ଚଳନ୍ତା ବାଇକରୁ ପଡି ଜଣେ ଆଶାକର୍ମୀ ମୃତ୍ୟୁବରଣ କରିଛନ୍ତି। ଘଟଣାରୁ ପ୍ରକାଶ ଯେ,କେଶଡିହା ଗ୍ରାମର ଆଶା କର୍ମୀ ମିନି ସଏ ବୁଧବାର ଅପରାହ୍ନରେ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ଡ୍ୟୁଟି ସାରି ନିଜ ଭଣଜା ଗସନାର ପିଙ୍ଗୁଆଙ୍କ ସହିତ କେଶଡିହାକୁ ଏକ ବାଇକ ଯୋଗେ ଫେରୁଥିଲେ । ଏତିକିବେଳେ ଏକ କୁକୁର ବାଇକ ସାମ୍ନାକୁ ଆସିଯିବାରୁ ଭାରସାମ୍ଯ ହରାଇଉଭୟପଡ଼ି ଯାଇଥିଲେ।

ଭଣଜା ଦୁର୍ଘଟଣାସ୍ଥଳରୁ ଏକ ଅଟୋ ଯୋଗେଆଶାକର୍ମୀଙ୍କୁଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମିନିଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ଗୁରୁତର ହୋଇପଡିଥିଲେ ।ଅବସ୍ଥା ଅଧିକ ଗୁରୁତର ଥିବାରୁ ଡ଼ାକ୍ତର କଟକ ବଡ ମେଡିକାଲକୁ ରେଫର କରିଥିଲେ। କଟକ ମେଡିକାଲକୁ ନେବାପାଇଁ ପ୍ରସ୍ତୁତ ହେଉଥିବା ବେଳେ ରାତି ୯.୩୦ ମିନିଟ୍ ସମୟରେମିନି ଆଖି ବୁଜିଥିଲେ

Also Read :- ଆଗ ନିଜ ଛୁଆଙ୍କୁ ଖାଇଲା, ପରେ ଭାଇ-ଭଉଣୀଙ୍କୁ ଆକ୍ରମଣ କରି ମାରିଦେଲା ଭାଲୁ...

ଖବର ପାଇ ଠାକୁରମୁଣ୍ଡା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ପଞ୍ଚାୟତ ନିର୍ବାହୀ ଅଧୂକାରୀ ଚିକିତ୍ସାଳୟରେ ପହଞ୍ଚି ମର ଶରୀରକୁ ସମ୍ମାନ ଜଣାଇବା ସହ ହରିଶ୍ଚନ୍ଦ୍ର ଯୋଜନାରେ ୩୦୦୦ ଟଙ୍କା ପ୍ରଦାନ କରିଥିଲେ। ମିନିଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଆଶାକର୍ମୀ ମାନେ ଦାବି ଜଣାଇଛନ୍ତି। ପୁଅ ଆଶିଷଙ୍କ ଏତଲା କ୍ରମେ ଠାକୁରମୁଣ୍ଡା ଥାନା ଅଧିକାରୀ କେସ୍ନଂ ୯୩/୨୦୨୬ ରେ ମାମଲା ରୁଜୁ କରିତଦନ୍ତ ଆରମ୍ଭ କରିଛି ।