ପୁରୀ: ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ପୁରୀ କୁମ୍ଭାରପଡ଼ା ସାହିରେ । ସାହିର ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ା ରହୁଥିବା ବ୍ୟକ୍ତି ନିଜ ମାଆଙ୍କୁ ମାରି ପ୍ଲାଷ୍ଟର କରିଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ସିଟି ଡିଏସପି ଏବଂ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ଆରମ୍ଭ କରିଥିବା ବେଳେ, ଅଭିଯୁକ୍ତ ପୁଅ ଫେରାର ମାରିଥିବା ଜଣାପଡ଼ିଛି।

ଘର ମାଲିକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଉଭୟ ମାଆ ପୁଅ ପ୍ରାୟ ମାସକ ତଳେ ଘର ଭଡ଼ା ନେଇଥିଲେ। ହେଲେ ପ୍ରାୟ ତିନି ଦିନ ହେବ କେହି ଘରେ ନଥିଲେ । କିନ୍ତୁ ଘରୁ ଦୁର୍ଗନ୍ଧ ଆସୁଥିଲା। ଏମିତିରେ ଅଘଟଣର ଆଶଙ୍କା କରି ପୋଲିସକୁ ଖବର ଦେଇଥିଲୁ। ଆଉ ପୋଲିସ ଆସି ଯାଞ୍ଚ କରିବା ପରେ ହତ୍ୟା ପରେ ମହିଳାଙ୍କୁ ପୋତି ପ୍ଲାଷ୍ଟର କରି ଦେଇଥିବା ଜଣାପଡ଼ିଛି। ତେବେ ମହିଳାଙ୍କ ପରିଚୟ ମିଳିପାରିନାଥିବା ବେଳେ ହତ୍ୟାକାଣ୍ଡର କାରଣ ମଧ୍ୟ ଅସ୍ପଷ୍ଟ ରହିଛି।

Also Read: ଲୋଭ ଦେଖାଇ ତାନ୍ତ୍ରିକ ଖେଳିଲା ଗେମ୍, ପ୍ରେମ ସମ୍ପର୍କରେ ଫାଟରୁ ମୂର୍ତ୍ତି ପୋତା ଆଉ ସୁନା ଭର୍ତ୍ତି ହାଣ୍ଡି..