କୋଲକାତା: ପଶ୍ଚିମବଙ୍ଗର ବିରୋଧୀ ଦଳ ତୃଣମୂଳ କଂଗ୍ରେସ(ଟିଏମସି)ର ସାଂସଦ ତଥା ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀଙ୍କ ସୁରକ୍ଷା ହ୍ରାସ କରାଯାଇଛି। ତାଙ୍କୁ ମିଳୁଥିବା Z+ କାଟାଗୋରୀର ସୁରକ୍ଷାକୁ କମାଇ ଏକ୍ସ କାଟାଗୋରୀ କରା ଯାଇଛି। ଏହାକୁ ବିରୋଧ କରି କଲିକତା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ଅଭିଷେକ ବାନାର୍ଜୀ। ତାଙ୍କ ପକ୍ଷରୁ କେସ୍ ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ସୋଏବ ଆଲମ।

ଶୋଏବ ଆଲମ କହିଛନ୍ତି, ମାଇ ଲର୍ଡ, ଏହା ଏକ ବହୁତ ଗମ୍ଭୀର ମାମଲା। ରାଜନୈତିକ ପ୍ରତିଶୋଧ ପରାୟଣ ହୋଇ ବର୍ତ୍ତମାନର ସାଂସଦଙ୍କ ସୁରକ୍ଷାକୁ ହ୍ରାସ କରି ଦିଆଯାଇଛି। ରାଜନୈତିକ ଆକାଙ୍କ ଇସାରାରେ ଏମିତି କରାଯାଇଥିବା ସେ ଯୁକ୍ତି ବାଢିଛନ୍ତି। ଓକିଲ କହିଛନ୍ତି, ବିପଦକୁ ଦୃଷ୍ଟିରେ ରଖି ଅଭିଷେକ ବାନାର୍ଜୀଙ୍କୁ ୨୦୧୩ରୁ Z+ ସୁରକ୍ଷା ମିଳୁଥିଲା। ମାତ୍ର ଚଳିତ ବର୍ଷ ମେ ୯ରେ ନୂଆ ସରକାର ଶପଥ ନେବା ପରେ ମେ ୧୨ରେ ତାଙ୍କ ସୁରକ୍ଷା ହ୍ରାସ କରାଯାଇ ଏକ୍ସ କାଟାଗୋରୀରେ ରଖି ଦିଆଗାଲା। ସେ ଯୁକ୍ତି ବାଢିଛନ୍ତି ଯେ, ସୁରକ୍ଷା ସମୀକ୍ଷା କମିଟି ସହ କୌଣସି ପ୍ରକାରର ଆଲୋଚନା କିମ୍ବା ବୈଠକ ନ କରି ଏହି ନିଷ୍ପତ୍ତି ନିଆଯାଇଛି।

Also Read: 'ବିଦେଶରେ ଛାଡ଼ପତ୍ର ନେଇ ଭାରତରେ ଦ୍ୱିତୀୟ ବିବାହ କରିହେବନି' : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ

ରାୟ ସଂରକ୍ଷିତ ରଖିଲେ କୋର୍ଟ

ଜଷ୍ଟିସ କୃଷ୍ଣ ରାଓଙ୍କ ପୀଠ ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ମାତ୍ର ପୀଠ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, କାହିଁକି ସୁରକ୍ଷାର ସମୀକ୍ଷା କରାଗଲା ନାହିଁ। ୬ ମାସର ଅପେକ୍ଷା କାହିଁକି କରାଗଲା ? ସୁରକ୍ଷା ହ୍ରାସ କରାଯିବା ପରେ ମହକିଲ ଓ ତାଙ୍କ ପରିବାର ଉପରେ ଅନେକ ଥର ହମଲା ହୋଇଥିବା ଅଭିଷେକଙ୍କ ଓକିଲ କହିଛନ୍ତି। କୋର୍ଟ ଏହା ଉପରେ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି,ଯଦି ଏମିତି ଅଭିଯୋଗ ଆସୁଛି ତେବେ ଆପଣ କଣ ୬ ମାସ ଭିତରେ ଗୋଟିଏ ବି ସମୀକ୍ଷା ବୈଠକ କାହିଁକି ଡକାଇଲେନି।

ଛଅ ଥର ହୋଇ ସାରିଛି ହମଲା

ଶୁଣାଣି ସମୟରେ ଟିଏମସି ନେତାଙ୍କ ଓକିଲ କୋର୍ଟରେ ଜଣାଇଛନ୍ତି ଯେ, ବାନାର୍ଜୀ ଓ ତାଙ୍କ ପରିବାରର ସୁରକ୍ଷା କମ କରାଯିବା ପରଠୁ ତାଙ୍କ ଉପରେ ଛଅ ଥର ହମଲା ହୋଇ ସାରିଛି। କିନ୍ତୁ ସୁରକ୍ଷା ପାଇଁ ଦାବିରେ ଦେଇଥିବା ଆବେଦନ ଉପରେ ଅଧିକାରୀ କିଛି ପଦକ୍ଷେପ ନେଇ ନାହାନ୍ତି। ଏପରିକି ବାନାର୍ଜୀଙ୍କ ଘର ଏବଂ ଦପ୍ତର ବାହାରୁ ପୋଲିସ ପୋଷ୍ଟ ହଟାଇ ଦିଆଯାଇଛି।

Also Read: ଜେଜେବାପାଙ୍କ ସମ୍ପତ୍ତିରେ ନାହିଁ ନାତିଙ୍କ ଅଧିକାର ? ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

କାହିଁକି ଛଅ ମାସ ଅପେକ୍ଷା କଲେ ଅଧିକାରୀ

ଅତିରିକ୍ତ ଆଡଭୋକେଟ୍ ଜେନେରାଲ କୋର୍ଟରେ ସରକାରଙ୍କ ପକ୍ଷ ରଖି କହିଛନ୍ତି, Z+ ସୁରକ୍ଷା ସାଧାରଣତଃ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପରି ସାମ୍ବିଧାନିକ ପଦରେ ବସିଥିବା ଲୋକଙ୍କୁ ଦିଆଯାଏ। ପୁଣି କୋଲକାତା ପୋଲିସକୁ କୌଣସି ବିଶେଷ ବିପଦର ଖବର ନ ମିଳିବା କାରଣରୁ ଅଭିଷେକ ବାନାର୍ଜୀଙ୍କ ସୁରକ୍ଷାକୁ ଏକ୍ସ ଶ୍ରେଣୀକୁ କମାଇ ଦିଆଗଲା।

ଅଦାଲତ ପ୍ରଶ୍ନ କରିଛନ୍ତି ଯେ, କଣ ମେ ୨୯ରେ ହୋଇଥିବା ସମୀକ୍ଷା ବୈଠକରେ ସେହି ଘଟଣାକୁ ଧ୍ୟାନରେ ରଖା ଯାଇଥିଲା କି, ଯେଉଁଠି ସୁରକ୍ଷା ହ୍ରାସ ପରେ ଅଭିଷେକଙ୍କ ଉପରେ ହମଲା ହୋଇଥିଲା। ପୁଣି ଅଦାଲତ ପ୍ରଶ୍ନ କରିଛନ୍ତି ଯେ, ଆପଣଙ୍କ ରିପୋର୍ଟରେ ତ ମେ ପରେ ହୋଇଥିବା ଘଟଣା ବିଷୟରେ କୌଣସି ସୂଚନା ନାହିଁ। ଅଦାଲତ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରିଛନ୍ତି ଯେ, ଅଧିକାରୀ କେଉଁଠି ଲେଖିଛନ୍ତି ଯେ, ଯାଚିକାକର୍ତ୍ତାଙ୍କ ପ୍ରତି କୌଣସି ବିପଦ ନାହିଁ।

Also Read: ୭ କୋଟି ଦିଅ ନଚେତ୍ ମାରି ଦେବୁ; କେଜ୍ରିଓ୍ଵାଲ ଓ ତାଙ୍କ ଝିଅକୁ ମିଳିଲା ହତ୍ୟା ଧମକ

କୋର୍ଟ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି, ଯେବେ ହମଲା ଘଟଣା ବିଷୟରେ ଅଭିଯୋଗ ମିଳି ସାରିଥିଲା, ତେବେ ଅଧିକାରୀ ଛଅ ମାସ ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରିଥିଲେ ? ଥରୁଟିଏ ସୁରକ୍ଷା ହ୍ରାସ କରିବା ପରେ ତା ଉପରେ ପୁଣି ଥରେ ବିଚାର କରିବା ଉଚିତ୍ ବୋଲି ହାଇକୋର୍ଟ କହିଛନ୍ତି।