ମୁମ୍ବାଇ: ମହାରାଷ୍ଟ୍ର ସୋଲାପୁର ଏୟାରପୋର୍ଟରେ ଗୁରୁବାର ଏକ ଟ୍ରେନି ବିମାନ ରନୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ମହିଳା ଟ୍ରେନି ପାଇଲଟ ସମ୍ପୂର୍ଣ୍ଣ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣା ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ୍ ରେ ହୋଇଛି। ବିମାନଟି ଟେକଅପ ପାଇଁ ରନୱେରେ ଦୌଡୁଥିବା ବଳେ ସ୍ଲିପ ହୋଇଯାଇଛି। ଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଏହି ବିମାନକୁ ମହିଳା ଟ୍ରେନି ପାଇଲଟ ଏକାକୀ ଉଡଉଥିଲେ ବୋଲି ଜଣାପଡିଛି।

ଦୁର୍ଘଟଣା ପରେ ପାଇଲଟ ସୁରକ୍ଷିତ ବିମାନରୁ ବାହାରି ଆସିଛନ୍ତି। ତାଙ୍କ ଦେହରେ ସାମାନ୍ୟ ଆଘାତ ମଧ୍ୟ ଲାଗି ନାହିଁ। ଦୁର୍ଘଟଣାଗ୍ରସ୍ତ ବିମାନଟି ରେଡବାର୍ଡ ଏଭିଏସନ ଟ୍ରେନିଂ ଆକାଡେମୀର ହୋଇଥିବା ବେଳେ ଏହାଏକ ଟେକନାମ ପି ମେଣ୍ଟର ଟ୍ରେନିଂ ଏୟାରକ୍ରାଫ୍ଟ ଥିଲା। ଆକାଡେମୀ ଅନୁସାରେ କ୍ରସ କଣ୍ଟ୍ରି ସୋଲୋ ଫ୍ଲାଇଟ୍ କାଳରେ ହାର୍ଡ ଲ୍ୟାଣ୍ଡିଂ ଯୋଗୁ ବିମାନଟି ରନୱରେ ଖସି ତେରଛା ହୋଇ ଅଟକି ଯାଇଥିଲା। କେତେକ ପ୍ରାରମ୍ଭିକ ପୋଲିସ ରିପୋର୍ଟରେ ଏହି ଦୁର୍ଘଟଣାକୁ ଟେକଅଫ କାଳରେ ରନୱେରୁ ଖସିଯିବା ପାଇଁ ହୋଇଥିବା କହୁଛନ୍ତି।

ଏୟାରପୋର୍ଟ ରନୱେରେ ଦୁର୍ଘଟଣା ସୂଚନା ମିଳିବାମାତ୍ରେ ଦମକଳ, ଆମ୍ବୁଲାନ୍ସ ଓ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଅଧିକାରୀ ଓ ବିମାନ ବିଶେଷଜ୍ଞ ମାମଲାର ତଦନ୍ତ କରୁଛନ୍ତି। ବିମାନ ରନୱେରୁ କିପରି ବାହାରକୁ ଗଲା ତାର ତଦନ୍ତ ହେଉଛି। ଏବାବଦେ ସୋଲାପୁର ଏୟାରପୋର୍ଟ ପ୍ରାଧିକରଣଙ୍କ ପକ୍ଷରୁ ବିସ୍ତୃତ ରିପୋର୍ଟ ଓ ଅଧିକାରିକ ବୟାନ ଆସିବା ପରେ ଦୁର୍ଘଟଣାର ସମ୍ପୂର୍ଣ୍ଣ ଛବି ସ୍ପଷ୍ଟ ହୋଇ ପାରିବ ବୋଲି କୁହାଯାଇଛି।