ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି ଆମ ଆଦମୀ ପାର୍ଟୀ (AAP) ନେତା ରାଘବ ଚଡ୍ଡା। ଏମିତିକି ପରିଣୀତିଙ୍କ ସହ ବିବାହ ପରଠାରୁ ଅନେକ ସମୟରେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚିତ ରାଘବ ଚଡ୍ଡା। ହେଲେ ଏବେ ତାଙ୍କୁ ନେଇ ପୁଣି ଚର୍ଚ୍ଚା। କାରଣ ଗୁରୁବାର ତାଙ୍କୁ ଉପନେତା ପଦରୁ ହଟାଇଛି ଆପ୍ । ଯାହା ପରେ ତାଙ୍କୁ ନେଇ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ଉଭୟଙ୍କ ସମ୍ପତ୍ତିକୁ ନେଇ ମଧ୍ୟ ଲୋକଙ୍କ ଉତ୍ସୁକତା ବଢ଼ିଛି।

ରାଘବ ଚଡ୍ଡାଙ୍କୁ ଆପ୍‌ରୁ ହଟାଯିବା ଖବର

ରାଜ୍ୟସଭାରେ ଆମ ଆଦମୀ ପାର୍ଟୀର ଉପନେତା ପଦରୁ ରାଘବ ଚଡ୍ଡାକୁ ହଟାଯିବା ଖବର ପରେ ରାଜନୀତି ଜୋର ଧରିଛି। ଏହି ପଦକ୍ଷେପକୁ ପାର୍ଟୀରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଭାବରେ ଦେଖାଯାଉଛି। କାରଣ ରାଘବ ଚଡ୍ଡା ଆପ୍‌ରେ ଦୀର୍ଘ ଦିନରୁ ରହିଆସିଥିବା ବେଳେ ସେ ଜଣେ ଚର୍ଚ୍ଚିତ ନେତା ମଧ୍ୟ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଜ୍ୟସଭାରେ ଦଳ କୋଟାରୁ ତାଙ୍କୁ ସମୟ ଦିଆଯିବନାହିଁ। ଏହାଦ୍ବାରା ଦଳ ଭିତରେ ଅସନ୍ତୋଷ ତୀବ୍ର ହୋଇଛି। ତେବେ ବର୍ତ୍ତମାନ ଏହି ପଦକ୍ଷେପ କେବଳ କାଗଜପତ୍ରରେ ରହିଛି । କିନ୍ତୁ ଏହି ପଦକ୍ଷେପ ପରେ ଆପରେ ରାଘବ ଚଡ୍ଡାଙ୍କ ବର୍ତ୍ତମାନର ସ୍ଥିତି ଉପରେ ପ୍ରଶ୍ନ ଉଠିଛି।

Also Read: ରାଜ୍ୟସଭା ଉପନେତା ପଦରୁ ହଟିବା ପରେ ଆସିଲା ରାଘବ ଚଢାଙ୍କ ପ୍ରତିକ୍ରିୟା: ସୋସିଆଲ୍ ମିଡିଆରେ ଲେଖିଲେ...

କେତେ ରହିଛି ରାଘବ ଚଡ୍ଡାଙ୍କ ସମ୍ପତ୍ତି ?

ରାଘବ ଚଡ୍ଡା ରାଜନୀତିରେ ନିଜର ଦୃଢ଼ ଉପସ୍ଥିତି ବଜାୟ ରଖିଛନ୍ତି। ଜଣେ ଯୋଗ୍ୟ ଚାର୍ଟାଡ ଆକାଉଣ୍ଟାଣ୍ଟ ଭାବରେ ସେ ରାଜ୍ୟସଭା ସାଂସଦ ରହିସାରିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ଜଳ ବୋର୍ଡ ଉପାଧ୍ୟକ୍ଷ ଏବଂ ରାଜେନ୍ଦ୍ର ନଗରରୁ ବିଧାୟକ ଭଳି ପଦରେ ମଧ୍ୟ ରହିସାରିଛନ୍ତି।

ତେବେ ପରିଣୀତିଙ୍କ ତୁଳନାରେ ରାଘବ ଚଡ୍ଡାଙ୍କ ଆନୁମାନିକ ସମୁଦାୟ ସମ୍ପତ୍ତି ଖୁବ୍ କମ୍। ରିପୋର୍ଟ ଅନୁସାରେ, ତାଙ୍କ ସମ୍ପତ୍ତି ପ୍ରାୟ ୫୦ ଲକ୍ଷ ଟଙ୍କା। ତାଙ୍କ ପାଖରେ ୩୬ ଲକ୍ଷ ଟଙ୍କା ଘର ଅଛି। ସେ ମାରୁତି ସୁଜୁକୀ ସ୍ବିଫ୍ଟ ଡିଜାୟର ଚଳାଉଛନ୍ତି ଏବଂ ତାଙ୍କ ପାଖରେ ୪.୯୪ ଲକ୍ଷ ଟଙ୍କାର ସୁନା, ୬ ଲକ୍ଷ ଟଙ୍କାର ବଣ୍ଡ ଏବଂ ସେୟାର ମଧ୍ୟ ଅଛି।

ପରିଣୀତି ଚୋପ୍ରାଙ୍କ ମୋଟ ସମ୍ପତ୍ତି

ପରିଣୀତି ଚୋପ୍ରା ଜଣେ ସଫଳ ଅଭିନେତ୍ରୀ। ପରିଣୀତିଙ୍କ ବର୍ତ୍ତମାନର ସମୁଦାୟ ସମ୍ପତ୍ତି ପ୍ରାୟ ୭୪ କୋଟି ଟଙ୍କା ହେବା ନେଇ ଅନୁମାନ କରାଯାଉଛି। ବାନ୍ଦ୍ରାରେ ତାଙ୍କର ଏକ ବିଳାସପୂର୍ଣ୍ଣ ଘର ଅଛି। ଯାହାର ଦାମ୍ ୨୨ କୋଟି ଟଙ୍କା। ତାଙ୍କ ପାଖରେ ଅନେକ କାର ମଧ୍ୟ ରହିଛି। ଯେଉଁଥିରେ ୧.୩୦ କାଟି ଟଙ୍କାର ରେଞ୍ଜ ରୋଭର ଭୋଗ୍, ୩୪.୧୯ ଲକ୍ଷ ଟଙ୍କାର ଅଡି କ୍ୟୁ୪ ଏବଂ ୬୯.୨୭ ଲକ୍ଷ ଟଙ୍କା ଅଡି କ୍ୟୁ୭ ରହିଛି। ରିପୋଟର୍ହ ଏହା ମଧ୍ୟ କୁହାଯାଇଛି ଯେ, ସେ ଫାର୍ବ୍ସ ଇଣ୍ଡିଆର ସେଲିବ୍ରିଟି ୧୦୦ ତାଲିକାରେ ସାମିଲ ଥିଲେ ଏବଂ ନିଜ ପିକ୍ ସମୟରେ ସେ ଆନୁମାନିକ ଆୟ ୫.୩୬ କୋଟି ଟଙ୍କା ଥିଲା।

Also Read: WestBengal Assembly Poll ଅମିତ ଶାହ ଜଣାଇଲେ ବିଜେପିର ବେଙ୍ଗଲ ବିଜୟ ରଣନୀତି, ଜାଣନ୍ତୁ କହିଲେ କ’ଣ?

ଉଭୟଙ୍କ ସମୁଦାୟ ସମ୍ପତ୍ତି

ଏହି ତଥ୍ୟ ଅନୁସା​‌ରେ, ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କ ସମୁଦାୟ ସମ୍ପତ୍ତି ପ୍ରାୟ ୭୪.୫ କୋଟି ଟଙ୍କା ରହିଛି। ଏହି ଅନ୍ତର ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, କାହିଁକି ଦମ୍ପତ୍ତିଙ୍କ ସମୁଦାୟ ସମ୍ପତ୍ତିରେ ପରିଣୀତିଙ୍କ ଯୋଗଦାନ ସବୁଠୁ ଅଧିକ।

ରାଘବ ଚଡ୍ଡାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ?
ରାଘବ ଚଡ୍ଡା ଆପ୍‌ର ସବୁଠୁ ପ୍ରମୁଖ ଯୁବ ଚେହେରା ମଧ୍ୟରୁ ଜଣେ। ସେହିଭଳି ପରିଣୀତି ମନୋରଞ୍ଜନ ଜଗତରେ ଆଗକୁ ବଢ଼ୁଛନ୍ତି । ଆଗକୁ ସେ ଓଟିଟି ଡେବ୍ୟୁ ମଧ୍ୟ କରିବେ। ଏମିତିରେ ଏହି ଦମ୍ପତ୍ତି ଦେଶର ସବୁଠୁ ଚର୍ଚ୍ଚିତ ଏବଂ ପ୍ରଭାବଶାଳୀ ଦମ୍ପତିଙ୍କ ମଧ୍ୟରୁ ଜଣେ ହୋଇଛନ୍ତି। କିନ୍ତୁ ନିକଟରେ ଘଟୁଥିବା ଘଟଣାକ୍ରମେ ଏହି ଦମ୍ପତିଙ୍କ ପ୍ରତି ଲୋକଙ୍କ ଉତ୍ସୁକତାଙ୍କୁ ଏକ ରାଜନୈତିକ ମୋଡ଼ ଦେଇଛି। ଆଉ ଏବେ ରାଘବ ଚଡ୍ଡାଙ୍କ ରାଜନୈତିକ ଭବିଷ୍ୟତ ପ୍ରଶ୍ନବାଚୀ ମଧ୍ୟରେ ।