ନୂଆଦିଲ୍ଲୀ: ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବର ୨୦୨୬ରେ ଭାରତର ସାମଗ୍ରିକ ବେକାରୀ ହାର ୫.୦% ରେ ସ୍ଥିର ରହିଛି। ଗୁରୁବାର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଏହି ରିପୋର୍ଟ ଜାରି କରିଛି। ତଥ୍ୟ ଅନୁଯାୟୀ, ସେପ୍ଟେମ୍ବରରେ ଗ୍ରାମୀଣ ବେକାରୀ ହାର ମୋଟାମୋଟି ଭାବେ ୪.୨% ସ୍ତରରେ ସ୍ଥିର ରହିଛି। ଅଗଷ୍ଟ ମାସରେ ଏହା ୪.୧% ଥିଲ। ଅନ୍ୟପକ୍ଷରେ ସହରାଞ୍ଚଳ ବେକାରୀ ହାର ୬.୮% ରୁ ସାମାନ୍ୟ ବୃଦ୍ଧି ପାଇ ୬.୯% ରେ ପହଞ୍ଚିଛି।

ସେହିପରି ବର୍ଷ ତୁଳନାରେ ୨୦୨୫ ଅପେକ୍ଷା ଏବର୍ଷ ଗ୍ରାମାଞ୍ଚଳରେ ବେକାରି ହାରରେ ଉଲ୍ଲେଖନୀୟ ହ୍ରାସ ଦେଖାଦେଇଛି। କାରଣ ୨୦୨୫ ସେପ୍ଟେମ୍ବର ମାସରେ ଗ୍ରାମୀଣ ବେକାରି ହାର ୪.୬ ପ୍ରତିଶତ ଥିଲା। ହେଲେ ୨୦୨୬ ସେପ୍ଟେମ୍ବରରେ ଏହା ୪.୨ ପ୍ରତିଶତକୁ ହ୍ରାସ ପାଇଛି। ବିଶେଷକରି ମହିଳା ବେକାରି ହାର ଗାଁରେ ୩.୯ ପ୍ରତିଶତକୁ ହ୍ରାସ ପାଇ ୨୦୨୬ର ସର୍ବନିମ୍ନ ସ୍ତରରେ ପହଞ୍ଚିଛି।
Also Read- ୨୦୨୭ରେ ଜାପାନକୁ ପଛରେ ପକାଇବ ଭାରତ! ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତି ହେବାକୁ ଯାଉଛି ଦେଶ

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ର 'ପର୍ଯ୍ୟାୟକ୍ରମିକ ଶ୍ରମ ଶକ୍ତି ସର୍ବେକ୍ଷଣ' (Periodic Labour Force Survey) ଅନୁଯାୟୀ, ସେପ୍ଟେମ୍ବର ୨୦୨୫ ତୁଳନାରେ ଗତ ମାସରେ ସାମଗ୍ରିକ ବେକାରୀ ହାର ୦.୨% ହ୍ରାସ ପାଇ ୫.୦% ରେ ପହଞ୍ଚିଛି। ସେହିପରି, ଗ୍ରାମୀଣ ବେକାରୀ ହାର ବାର୍ଷିକ ଆଧାରରେ ୦.୪% ହ୍ରାସ ପାଇଛି। ଅର୍ଥାତ୍ ଗତ ବର୍ଷ ସେପ୍ଟେମ୍ବରରେ ଏହା ୪.୬% ଥିବାବେଳେ ସେପ୍ଟେମ୍ବର ୨୦୨୬ ରେ ୪.୨% କୁ ଖସି ଆସିଛି।

ସହରାଞ୍ଚଳରେ ବେକାରି ହାର ପ୍ରାୟ ସ୍ଥିର

ଗ୍ରାମାଞ୍ଚଳରେ ବେକାରୀ ହାର ହ୍ରାସ ପାଇଥିବା ବେଳେ ସହରାଞ୍ଚଳରେ ବେକାରି ହାର ପ୍ରାୟ ସ୍ଥିର ରହିଛି। ସେପ୍ଟେମ୍ବର ୨୦୨୫ରେ ବେକାରୀ ହାର ୬.୮ ପ୍ରତିଶତ ଥିବା ବେଳେ ୨୦୨୬ରେ ସମାନ ଅବଧିରେ ଏଥିରେ ସାମାନ୍ୟୟ ବୃଦ୍ଧି ଘଟି ୬.୯ ପ୍ରତିଶତ ହୋଇଛି। ୧୫ରୁ ଅଧିକ ବୟସ ବର୍ଗର ପୁରୁଷ ବେକାରୀ ହାର ୪.୯ରେ ସ୍ଥିର ରହିଛି। ଚଳିତ ବର୍ଷ ଜୁନ ମାସ ଠାରୁ ବେକାରୀ ହାର ହ୍ରାସ ଓ ସ୍ଥିର ପରିସ୍ଥିତିରେ ଗତି କରୁଛି।

ସହରାଞ୍ଚଳରେ ମହିଳାଙ୍କ ବେକାରି ହାର ଅଗଷ୍ଟ ମାସର ୫.୧ ପ୍ରତିଶତ ଥିଲ। ହେଲେ ଏଥିରେ ସାମାନ୍ୟ ବୃଦ୍ଧି ହୋଇ ସେପ୍ଟେମ୍ବରରେ ୫.୨ ପ୍ରତିଶତ ରହିଛି। ସେହିପରି ଗ୍ରାମାଞ୍ଚଳରେ ମହିଳାଙ୍କ ବେକାରୀ ହାର ୩.୯ ପ୍ରତିଶତ ରହିଥିବା ବେଳେ ୨୦୨୬ରେ ଏହା ସର୍ବନିମ୍ନ ସ୍ତର। ସେହିରରି ସହରାଞ୍ଚଳରେ ମହିଳାଙ୍କକ ବେରୋଜଗାରୀ ହାର ଅଗଷ୍ଟର ୮.୯ ପ୍ରତିଶତରୁ ବଢ଼ି ୯.୨ ପ୍ରତିଶତ ହୋଇଛି।

ସର୍ଭେ ଅନୁସାରେ ସାମଗ୍ରୀ ଶ୍ରମଶକ୍ତି ଅଂଶିଦାର ହାର (LFPR) ୨୦୨୬ ସେପ୍ଟେମ୍ବର ୫୫.୫ ପ୍ରତିଶତ ରହିଥିବା ବେଳେ ଗତବର୍ଷ ଅପେକ୍ଷା ଏଥିରେ ୦.୨ ପ୍ରତିଶତ ବୃଦ୍ଧି ହୋଇଛି। ସହରାଞ୍ଚଳରେ LFPR ୫୦.୭ ପ୍ରତିଶତକୁ ବୃଦ୍ଧି ପାଇଛ। ସାମଗ୍ରୀକ କର୍ମ ନିଯୁକ୍ତି ଅନୁପାତ ବାର୍ଷିକ ଆଧାରରେ ୦.୩ ପ୍ରିତଶତ ସେପ୍ଟେମ୍ବର ୨୦୨୬ ରେ ୫୨.୭ ପ୍ରତିଶତ ହୋଇଛି।